ମୁମ୍ବାଇ : ଦେଶର ସବୁଠାରୁ ଲୋକପ୍ରିୟ ରିଆଲିଟି ସୋ’ ପାଲଟିଛି ବିଗ୍ ବସ୍ର ସିଜିନ୍-୧୨ । ଏହି ସିଜିନ୍ରେ ଥିବା ପ୍ରତିଯୋଗୀମାନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ହେଉଥିବା ଚର୍ଚ୍ଚା ପାଇଁ ସୋ’ର ଟିଆର୍ପି ବଢ଼ୁଥିବା ବେଳେ ବିଗ୍ ବସ୍ର ସବୁଠାରୁ ଚର୍ଚ୍ଚିତ ଯୋଡ଼ି ପାଲଟିଛନ୍ତି ଅନୁପ ଜଲୋଟା ଏବଂ ଜସ୍ଲୀନ୍ ମଥାରୁ । ଆରମ୍ଭରୁ ହିଁ ଏହି ଯୋଡ଼ି ବିବାଦରେ ରହି ଆସିଥିବା ବେଳେ ଏବେ ସୋ’ ତରଫରୁ ଜସ୍ଲୀନ୍ଙ୍କୁ ନେଇ ଏକ ରାଜ୍ର ଖୁଲାସା କରାଯାଇଛି ।
ସୂଚନା ମୁତାବକ, ବିଗ୍ ବସ୍ ଘରେ ପ୍ରତିଯୋଗୀମାନଙ୍କୁ ଏକ ଟାସ୍କ ଦିଆ ଯାଇଥିଲା । ଯେଉଁଥିରେ ସେମାନଙ୍କୁ ଏକ ପ୍ରଶ୍ନ କରାଯାଇଥିଲା । ପ୍ରଶ୍ନଟି ଥିଲା, ମୋର ଜଣେ ପ୍ରସିଦ୍ଧ ସେଲିବ୍ରିଟିଙ୍କ ସହ ପ୍ରେମ ସଂପର୍କ ଥିଲା । ଯାହା ବିଷୟରେ ମୋର ଏବେକାର ପ୍ରେମିକ ଜାଣି ନାହାନ୍ତି । ଏହି ପ୍ରଶ୍ନର ଉତ୍ତର ରଖିବା ପାଇଁ ପ୍ରଥମେ ଜସ୍ଲୀନ୍ଙ୍କୁ କୁହାଯାଇଥିଲା । ଏହି ପ୍ରଶ୍ନର ଉତ୍ତର ଜସ୍ଲୀନ୍ ରଖିବା ପୂର୍ବରୁ ମୁଁ ତାଙ୍କ ପୂର୍ବ ପ୍ରେମିକ ବିଷୟରେ ସବୁ ଜାଣିଛି ବୋଲି କହିଥିଲେ ଅନୁପ୍ । ଯେଉଁ ସମୟରେ ସେ ସୁଖୀ ନାଁ ବାରମ୍ବାର ନେଉଥିଲେ । ଏହି କଥାରୁ ଜସ୍ଲୀନ୍ ଅନୁପ୍ଙ୍କ ପୂର୍ବରୁ କଣ୍ଠଶିଳ୍ପୀ ସୁଖ୍ବିନ୍ଦର ସିଂଙ୍କୁ ଡ଼େଟ୍ କରୁଥିଲେ ବୋଲି ଜଣା ପଡ଼ି ଯାଇଥିଲା । କାରଣ ବଲିଉଡ୍ରେ ସମସ୍ତେ କଣ୍ଠଶିଳ୍ପୀ ସୁଖ୍ବିନ୍ଦର ସିଂଙ୍କୁ ସୁଖୀ ବୋଲି ଡ଼ାକନ୍ତି । ଜସ୍ଲୀନ୍ ତାଙ୍କୁ ନାଁ ନେବାକୁ ରୋକିବାରୁ ସେ ପୂରା ନାଁ ନେଇ ନ ଥିବା ଦେଖା ଯାଇଥିଲା ।