ନୂଆଦିଲ୍ଲୀ: ଟେଲିଭିଜନ ଅଭିନେତ୍ରୀ ଜସ୍ମିନ ଭସିନ କିଛିଦିନ ହେବ ଯନ୍ତ୍ରଣାରେ ଦିନ କାଟୁଛନ୍ତି।କାରଣ ଏକ କାର୍ଯ୍ୟକ୍ରମ‌କୁ ସାମିଲ ହେବାକୁ ଯାଉଥିବା ବ‌େଳେ ତାଙ୍କର ଦୃଷ୍ଟିଶକ୍ତି ହଠାତ ଉଭେଇ ଯାଇଥିଲା।

Advertisment

ନିକଟ‌ରେ ଜସ୍ମିନ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ‘ଜୁଲାଇ ୧୭ ତାରିଖରେ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୋର ଯୋଗ ଦେବାର ଥିଲା।

ମୁଁ ଜାଣି ନାହିଁ ସେ‌‌ତେବେଳେ ମୋର ଲେନ୍ସରେ କ’ଣ ଅସୁବିଧା ଥିଲା। ମୁଁ ଯେମିତି ହିଁ ତାକୁ ପିନ୍ଧିଛି ମୋ ଆଖି ଜଳିବା ଆରମ୍ଭ କରିବା ସହିତ ଯନ୍ତ୍ରଣା ହେବାକୁ ଲାଗିଥିଲା। ଯାହକି ମୋ ସହିବା ବାହାରେ ଥିଲା। ସଙ୍ଗେସଙ୍ଗେ ଡାକ୍ତରଖାନା ଯିବାକୁ ବାହାରିଥିଲି। କିନ୍ତୁ କାର୍ଯ୍ୟକ୍ରମ ଥିବାରୁ ଅଟକି ଯାଇଥିଲି।

କାର୍ଯ୍ୟକ୍ରମ ଶେଷ ହେବାପ‌ରେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଯାଇଥିଲି। ସେଠାରେ ଡାକ୍ତର ମୋର ଚିକିତ୍ସା କରି ଆଖିର କାର୍ଣ୍ଣିଆରେ ଅସୁବିଧା ହୋଇଥିବା କଥା କହିଥିଲେ। ମୁଁ ସେହି ଅବସ୍ଥାରେ ମୁମ୍ବାଇ ଚାଲିଆସି ମୋର ଚିକିତ୍ସା କରାଇଥିଲି। ଡାକ୍ତର କିଛି ଇନଜେକସନ ଔଷଧ ଖାଇବାକୁ ଦେଇ ନିଜର ଯତ୍ନ ନେବାକୁ କହିଛନ୍ତି। ଯାହାକି ‌ମୋ ପାଇଁ ନିହାତି ଆବଶ୍ୟକ। କାରଣ ସାମାନ୍ୟ ଅସାବଧାନତା ମୋ ଆଖିକୁ ନଷ୍ଟ କରି ଦେଇପାରେ।

ଡାକ୍ତର ମୋ ଆଖିରେ ପଟି ବାନ୍ଧି ଦେଇଛନ୍ତି। ଯେଉଁ କରଣରୁ ମୋତେ ଶୋଇବାରେ ଅସୁବିଧା ହେଉଛି। ଡାକ୍ତର କହିଛନ୍ତି ଠିକ ଭାବେ ଔଷଧ ଖାଇଲେ ଯତ୍ନ ନେ‌ଲେ ମୋର ଆଖି ୪ରୁ ୫ଦିନ ମଧ୍ୟରେ ଭଲ ହୋଇଯିବ।’