ଲଦାଖ୍‌ରେ ଜସ୍ମିନ୍-ଗୋନୀ

ଟେଲି ତାରକା ତଥା ‘ବିଗ୍ ବସ୍-୧୪’ର ଚର୍ଚ୍ଚିତ ପ୍ରତିଯୋଗୀ ଜସ୍ମିନ୍ ଭାସିନ୍ ଓ ଅଲ୍ଲୀ ଗୋନୀ ନିକଟରେ ନିଜ ବନ୍ଧୁମାନଙ୍କ ସହ ଲଦାଖରେ ଛୁଟି କଟାଇଛନ୍ତି। ଏଠାରେ ‘ୟେ ହୈ ମୋହବତେଁ’ର ନିଜର ସହ କଳାକାର ଭାବେ ଅଭିନୟ କରିଥିବା କ୍ରିଷ୍ଣା ମୁଖାର୍ଜୀଙ୍କୁ ଅଲ୍ଲୀ ସାଙ୍ଗରେ ନେଇଯାଇଥିଲେ। ଜସ୍ମିନ୍, ଗୋନୀ, କ୍ରିଷ୍ଣା ଏବଂ ଅନ୍ୟ ସମସ୍ତେ ଏଠାରେ କରିଥିବା ମଜାମସ୍ତିର ଫଟୋ ସୋସିଆଲ୍ ମିଡିଆରେ ପରସ୍ପରକୁ ସେୟାର କରିଛନ୍ତି।

ଜସ୍ମିନ୍ ଫଟୋ ତଳେ ଲେଖିଛନ୍ତି ‘ଶୁଭେଚ୍ଛା’। ଲଦାଖ ବୁଲିବା ପାଇଁ ଗୋନୀ ଏକ ବାଇକ୍ ଭଡ଼ାରେ ଆଣିଥିବା ବେଳେ ଜସ୍ମିନ୍ ଏକ କାର ଭିତରେ ବସି ବୁଲୁଥିବାର ଦେଖିବାକୁ ମିଳିଛି। ଅଲ୍ଲୀ ଏକ କୁକୁର ସହ ଫଟୋ ଉଠାଇ ଏହା ତଳେ କ୍ୟାପସନ ଲେଖିଛନ୍ତି, ‘ମିଟ୍ ଜୁଲି, ଜୁଲି ଆଇ ଲଭ୍ ୟୁ’। ଲେହରେ ଥିବା ଏକ ସ୍ବଚ୍ଛ ସୁନ୍ଦର ସଡ଼କ ଉପରେ କ୍ରିଷ୍ଣା ନିଜର ଫଟୋ ଉଠାଇ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ସେ ନିଜ ଫଟୋ ତଳେ ସେ ‘ଜିନ୍ଦେଗୀ ଇକ୍ ସଫର୍ ହୈ ସୁହାନା, ୟହ କାଲ୍ କ୍ୟା ହୋ କିସନେ ଜାନା’ କିଶୋର କୁମାରଙ୍କ ଏଇ ଲୋକପ୍ରିୟ ଗୀତଟିକୁ ଲେଖିଛନ୍ତି।

ବିଗ୍ ବସ୍ ସିଜିନ୍-୧୪ ଘରେ ଜସ୍ମିନ୍ ଓ ଗୋନୀ ସବୁଠୁ ଅନ୍ତରଙ୍ଗ ବନ୍ଧୁ ଥିଲେ। ସେମାନେ ସୋ’ରେ ମଧ୍ୟ ଖୋଲାଖୋଲି ଭାବେ ‌ଘୋଷଣା କରିଥିଲେ କି ଉଭୟ ଉଭୟଙ୍କୁ ବହୁତ ଭଲପାଆନ୍ତି। ଦର୍ଶକ ମଧ୍ୟ ଅନୁଭବ କରିଥିଲେ କି ଜସ୍ମିନ୍ ଓ ଗୋନୀ କେବଳ ସୋ’ରେ ନୁହେଁ, ବରଂ ଆଗାମୀ ଦିନରେ ନିଶ୍ଚିତ ଭାବେ ପରସ୍ପରକୁ ଜୀବନସାଥୀ କରିବେ।

ସମ୍ବନ୍ଧିତ ଖବର