ଭୁବନେଶ୍ବର: ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ପରେ ଟେଲି ଜଗତର ଲୋକପ୍ରିୟ ନାୟିକା ଜାସ୍ମିନ୍ ରଥ ଏବେ ଜଣେ ପ୍ରଯୋଜକଙ୍କ ନାଁରେ କାଷ୍ଟିଂ କାଉଚର ଅଭିଯୋଗ ଆଣି ଚର୍ଚ୍ଚାରେ ରହିଛନ୍ତି। ତାଙ୍କର କହିବା ଅନୁଯାୟୀ ଉକ୍ତ ପ୍ରଯେଜକ ତାଙ୍କୁ ଏକ ଫିଲ୍ମରେ ସୁଯୋଗ ଦେବା ଆଳରେ ଏକ କ୍ଲବକୁ ରାତି ୧୦ଟା ବେଳେ ଡାକିଥିଲେ। ହେଲେ ସେ ମନା କରି ଦଇେଥିଳଲ। ଏହି କାରଣରୁ ତାଙ୍କୁ ଉକ୍ତ ଫିଲ୍ମରୁ ବାହାର କରିଦିଆଗଲା। ଯେତେବେଳେ୭ ବର୍ଷଧରି ଏଲାଇନରେ କାମ କରିବା ପରେ ତାଙ୍କ ସହ ଏମିତି ଘଟୁଛି, ତାହା ହେଲେ ନବାଗତାମାନଙ୍କ କ୍ଷେତ୍ରରେ କ’ଣ ଘଟୁ ନ ଥିବ!
ସୂଚନାଯୋଗ୍ୟ ଜାସ୍ମିନ୍ କେତେକ ମେଗା ଧାରାବାହିକରେ ନଜର ଆସିଛନ୍ତି। ତାଛଡ଼ା ‘ହାଏ କୃଷ୍ଣ’ ନାଁରେ ପ୍ରସ୍ତୁତ ଏକ ଟେଲି ସିନେମାରେ ପ୍ରଥମ ଥର ଲାଗି ଡ୍ୟାନ୍ସିଂ ଷ୍ଟାର୍ ଶୈଳେନ୍ଦ୍ରଙ୍କ ବିପକ୍ଷରେ ନଜର ଆସିଥିଲେ। ଜାସ୍ମିନ୍ ଏଥିରେ ଡେବ୍ୟୁ କରିଥିଲେ। ଏଥିରେ ମନୋଜ ମିଶ୍ରଙ୍କୁ ବି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଥିଲା। ଏହାଛଡ଼ା ରାକ୍ଷୀ ଦାଶ, ଆକାଶ ହୋତା,ବାପି, ସୁକାନ୍ତ ରଥ, ମାମୁନି ବାରିକ, ଶ୍ବେତା ଆଚାର୍ଯ୍ୟ ଓ ଶୁଭ୍ରାଂଶୁ ନାୟକ ପ୍ରମୁଖ ଅଭିନୟ କରିଥିଲେ। ‘ହାଏ କୃଷ୍ଣ’ର ନିର୍ଦ୍ଦେଶକ ହେଲେ ହାପି ଚନ୍ଦନ। ଏହି ଫିଲ୍ମର ପ୍ରଯୋଜନା କରିଥିଲେ ଅଭିନେତା ମନୋଜ ମିଶ୍ର ଓ ତନ୍ମୟ ମିଶ୍ର। ବନ୍ନି-ଗୌରବ ଆନନ୍ଦ ଏହାର ସଙ୍ଗୀତକାର। ପ୍ରଣବ ରଥ ଏହି ସିନେମାର କାହାଣୀକାର ଓ ସଂଳାପକାର। ଗତ ବର୍ଷ ଅଗଷ୍ଟ ୧୪ ତାରିଖରେ ଏହି ଟେଲି ସିନେମାର ୱାର୍ଲ୍ଡ ଟିଭି ପ୍ରିମିୟର୍ ହୋଇଥିଲା।
ପ୍ରକୃତିଙ୍କ ପରେ ପ୍ରଯୋଜକଙ୍କ ନାଁରେ ଅଭିଯୋଗ ଆଣିଲେ ଟେଲି ଜଗତର ଲୋକପ୍ରିୟ ନାୟିକା ଜାସ୍ମିନ୍
/sambad/media/post_attachments/wp-content/uploads/2023/06/They-Take-Me-Out-From-Movie_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)