ଆତଙ୍କବାଦକୁ ନେଇ ବିରକ୍ତି ପ୍ରକାଶ କଲେ ଜାଭେଦ୍‌ ଅଖ୍‌ତର; କହିଲେ, ପାକିସ୍ତାନର କାର୍ଯ୍ୟକଳାପ ବୁଝିବା ଅସମ୍ଭବ

ନୂଆଦିଲ୍ଲୀ : ଭାରତରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଆକ୍ରମଣ ଅନେକ ଦିନରୁ ଚାଲି ଆସୁଛି । ପୂର୍ବରୁ ଉରୀରେ ଯବାନମାନଙ୍କୁ ନିଦ୍ରିତ ଅବସ୍ଥାରେ ଆତଙ୍କବାଦୀମାନେ ହତ୍ୟା କରିଥିବା ବେଳେ ଫେବୃଆରି ୧୪ରେ ଯବାନମାନଙ୍କ ଉପରେ ଆତ୍ମଘାତି ଆକ୍ରମଣ କରିଥିଲେ । ଯେଉଁଥିରେ ଭାରତର ୪୦ଜଣ ଯବାନ ସହିଦ୍‌ ହୋଇଥିଲେ । ଏହି ଘଟଣା ପରେ ପରେ ଭାରତବାସୀ ପାକିସ୍ତାନଠାରୁ ପ୍ରତିଶୋଧର ଦାବି କରିିଥିବା ବେଳେ ଗତ ମଙ୍ଗଳବାର ଭାରତ ସରକାର ୩୦୦ଆତଙ୍କବାଦୀଙ୍କୁ ନିହତ କରି ପୁଲଓ୍ଵାମା ଆକ୍ରମଣର ପ୍ରତିଶୋଧ ନେଇଥିଲେ । କିନ୍ତୁ ଏହା ପରେ ମଧ୍ୟ ଭାରତ-ପାକ୍‌ ମଧ୍ୟରେ ଅଶାନ୍ତି ଲାଗି ରହିଛି । ବର୍ତ୍ତମାନର ପରିସ୍ଥିତି ଦେଖି ଗୀତିକାର-ଲେଖକ ଜାଭେଦ୍‌ ଅଖ୍‌ତର ପାକିସ୍ତାନ ଉପରେ ବିରକ୍ତି ପ୍ରକାଶ କରିଛନ୍ତି ।

Indiatimes.com

ସେ କହିଛନ୍ତି, ମୁଁ ବୁଝି ପାରୁ ନାହିଁ ପାକିସ୍ତାନର ମନୋଭାବ କ’ଣ? ସେ ଲଗାତାର କ’ଣ ପାଇଁ ଅତଙ୍କବାଦକୁ ପ୍ରୋତ୍ସାହିତ କରୁଛି? ସମସ୍ତଙ୍କୁ ଜଣା କି ପାକିସ୍ତାନ ଆତଙ୍କବାଦ ସଂଗଠନକୁ ସମର୍ଥନ କରି ମଧ୍ୟ ଲଗାତାର ସର୍ବସମ୍ମୁଖରେ ସମର୍ଥନ କରିବା କଥାକୁ ମନା କରି ଆସିଛି । ପୂର୍ବରୁ ବହୁତ ଥର ଭାରତ ଶାନ୍ତି ବଜାୟ ରଖିବା ପାଇଁ ଚୁପ୍‌ ରହି ଆସିଛି । କିନ୍ତୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବା ପରେ କେତେ ଦିନ ପର୍ଯ୍ୟନ୍ତ ଜଣେ ଶାନ୍ତ ରହି ପାରିବ ? ସେଥିପାଇଁ ଆମକୁ କେବେ ନା କେବେ ଏହାର ଜବାବ ଦେବାର ଥିଲା ବୋଲି କହିଛନ୍ତି ଜାଭେଦ୍‌ ଅଖ୍‌ତର।

ସମ୍ବନ୍ଧିତ ଖବର