ମୁମ୍ବାଇ: ଅଭିନେତ୍ରୀ ନୟନତାରା ସୁପରଷ୍ଟାର ଶାହରୁଖ ଖାନଙ୍କ ସିନେମା ‘ଯବାନ’ ଜରିଆରେ ବଲିଉଡରେ ଡେବ୍ୟୁ କରିଛନ୍ତି। ନୟନତାରାଙ୍କୁ ‘ଯବାନ’ ସିନେମାରେ ଜଣେ ପୁଲିସ ଅଧିକାରୀ ଭୂମିକାରେ ଦେଖିବାକୁ ମିଳିଛି। ପରଦାରେ ନୟନତାରାଙ୍କୁ ପୁଲିସ ଅଧିକାରୀ ଚରିତ୍ରରେ ଦର୍ଶକ ଖୁବ ପସନ କରୁଛନ୍ତି। ‘ଯବାନ’ ସିନେମା ରିଲିଜ ପରେ ଚର୍ଚ୍ଚାରେ ଥିବା ନିୟନତାରା 'ଯବାନ'ର କୌଣସି ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେଇନଥିବା ଦେଖାଯାଇଥିଲା। ଏବେ ଏହାର କାରଣ ସାମ୍ନାକୁ ଆସିଛି।
କୁହାଯାଉଛି ଯେ, ନୟନତାରା ଯେତେବେଳେ କୌଣସି ଫିଲ୍ମ ସାଇନ୍ କରନ୍ତି, ସେଥିରେ ସେ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ବୋଲି ସ୍ପଷ୍ଟ ଲେଖାଥାଏ। କେବଳ 'ଯବାନ' ନୁହେଁ ଅନ୍ୟ ଭାଷାରେ କରିଥିବା ଫିଲ୍ମର ପ୍ରଚାର ମଧ୍ୟ ନୟନତାରା କରୁନଥିବା ଦେଖାଯାଇଛି।
ନୟନତାରାଙ୍କ ବ୍ୟକ୍ତିଗତ ଜୀବନ କଥା କହିବାକୁ ଗଲେ ସେ ଯମଜ ପୁତ୍ରଙ୍କ ମା’ । ସରୋଗେସି ପ୍ରଣାଳୀରେ ନୟନତାରା ମାତୃତ୍ବ ଲାଭ କରିଛନ୍ତି। ‘ଯବାନ’ ସିନେମା ରିଲିଜ ପରେ ନୟନତାରାଙ୍କୁ ନେଇ ଏକ ସାକ୍ଷାତକାର ହୋଇଥିଲା। ଯେଉଁଥିରେ ସେ କହିଥିଲେ, "ମୁଁ ସୁସ୍ଥ ରହିବା ପାଇଁ ସବୁବେଳେ ନିଜ ହାତରେ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ପସନ୍ଦ କରେ। ଦିନକୁ ୧୦-୧୪ ଗ୍ଲାସ ପାଣି ପିଇଥାଏ। ସୁବିଧା ହେଲେ ମୁଁ ପ୍ରତିଦିନ ପଇଡ଼ ପାଣି ପିଇବାକୁ ପସନ୍ଦ କରେ। ଏହା ଶରୀରକୁ ହାଇଡ୍ରେଟ ରଖିବାରେ ବିଶେଷ ଭାବେ ସାହାଯ୍ୟ କରିଥାଏ। ଏମିତି କି ମୁଁ ୱାର୍କ ଆଉଟ କରିବାକୁ କେବେ ଭୁଲେ ନାହିଁ। ଯଦି ସମୟ ନମିଳେ ସୁଟିଂ ସେଟରେ ୩୦ମିନିଟ ହେଉ ପଛେ ୱାର୍କ ଆଉଟ କରିଥାଏ। ୱାର୍କଆଉଟ ନକଲେ ମୋତେ ଜମାରୁ ଭଲ ଲାଗି ନଥାଏ। ତେଣୁ ମୁଁ କାମରେ ବ୍ୟସ୍ତ ଥିଲେ ବି ସୁଯୋଗ ଖୋଜୁଥାଏ କେଉଁଠୁ ଟିକେ ସମୟ ବାହାର କରି ୱାର୍କ ଆଉଟ କରିବି।"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/ସ-152.jpg)
