ନୂଆଦିଲ୍ଲୀ: ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଯବାନ’ ଆସନ୍ତା ମାସରେ ରିଲିଜ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ରକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଏକ ଜବରଦସ୍ତ କ୍ରେଜ୍‌ ରହିଛି। ଚଳଚ୍ଚିତ୍ରର ଗୀତଗୁଡ଼ିକ ପ୍ରଶଂସକଙ୍କୁ ବେଶ୍‌ ପସନ୍ଦ ଆସିଛି। ଏଥି ସହିତ ନିର୍ମାତା ସିନେମାର କାହାଣୀକୁ ନେଇ ସପେନ୍ସ ଜାରି ରଖିଛନ୍ତି। ଏମଧ୍ୟରେ ‘ଯବାନ’ ଚଳଚ୍ଚିତ୍ରର ଅଗ୍ରିମ ବୁକିଂ ମଧ୍ୟ ଆରମ୍ଭ ହୋଇଯାଇଛି।

Advertisment

ନିକଟରେ ଶାହାରୁଖ ଖାନଙ୍କୁ ‘ଆସ୍କ ମି ଶାହରୁଖ୍‌’ ଅଧିବେଶନ ସମୟରେ ଚଳଚ୍ଚିତ୍ରର ଅଗ୍ରିମ ଟିକେଟ୍ ବୁକିଂ ବିଷୟରେ ପ୍ରଶ୍ନ ପଚରା ଯାଇଥିଲା। ଜାଣିବାକୁ ମିଳିଛି ଯେ ଫିଲ୍ମ ରିଲିଜ୍ ହେବା ପୂର୍ବରୁ ମଧ୍ୟ ଲୋକମାନେ ଏହାର ଟିକେଟ୍ ଅନଲାଇନରେ କିଣୁଛନ୍ତି।

ଶାହରୁଖ୍‌ କହିଛନ୍ତି ଯେ ‘ଯବାନ’ର ଅଗ୍ରିମ ବୁକିଂ ଆରମ୍ଭ ହେବା ମାତ୍ରେ ସମସ୍ତ ଟିକେଟ୍ ୧୫ ମିନିଟ୍‌ ମଧ୍ୟରେ ବିକ୍ରି ହୋଇଗଲା। ‘ଯବାନ’ର ଟିକେଟ୍‌ ମୂଲ୍ୟ ୨୦୦ରୁ ନେଇ ୧୧୦୦ ଟଙ୍କା ପର୍ଯ୍ୟନ୍ତ ଦରରେ ବି ବିକ୍ରି ‌ହେଉଛି।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଲୋକମାନେ ପାଣି ପରି ଟିକେଟ୍ କିଣିବାରେ ଲାଗିଛନ୍ତି। ‘ଯବାନ’ର ଅଗ୍ରିମ୍‌ ଟିକେଟ୍‌ ବୁକିଂ ଦେଖି ଅନୁମାନ କରାଯାଇପାରେ ଯେ ‘ପଠାନ୍’ ପରି ଫିଲ୍ମଟି ପୁଣି ଥରେ ଆତଙ୍କ ସୃଷ୍ଟି କରିପାରେ।

ଉଲ୍ଲେଖନୀୟ କଥା ହେଉଛି ଯେ ଶାହରୁଖ ଖାନଙ୍କ ବ୍ୟତୀତ ନୟନତାରା, ବିଜୟ ସେତୁପତି, ପ୍ରିୟମଣି, ସାନିଆ ମାଲହୋତ୍ରା, ସୁନୀଲ ଗ୍ରୋଭର, ରିଦ୍ଧି ଡୋଗ୍‌ରା ମଧ୍ୟ ‘ଯବାନ’ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିବେ।