ମୁମ୍ବାଇ: ଅଭିନେତ୍ରୀ ନୟନତାରା ସୁପରଷ୍ଟାର ଶାହରୁଖ ଖାନଙ୍କ ସିନେମା ‘ଯବାନ’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ। ନୟନତାରାଙ୍କୁ ‘ଯବାନ’ ସିନେମାରେ ଜଣେ ପୁଲିସ ଅଧିକାରୀ ଭୂମିକାରେ ଦେଖିବାକୁ ମିଳିଥିଲା। ପରଦାରେ ନୟନତାରାଙ୍କୁ ପୁଲିସ ଅଧିକାରୀ ଚରିତ୍ରରେ ଦର୍ଶକ ଖୁବ ପସନ କରିଥିଲେ। ‘ଯବାନ’ ସିନେମା ରିଲିଜ ପରେ ଚର୍ଚ୍ଚାରେ ଥିବା ନୟନତାରା ‘ଯବାନ’ ପାଇଁ ପ୍ରଥମ ପସନ୍ଦ ନଥିଲେ ବୋଲି ଜଣାପଡ଼ିଛି।
ନୟନତାରାଙ୍କ ପୂର୍ବରୁ ଏହି ଚଳଚ୍ଚିତ୍ରଟି ସାଉଥ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତ୍ରୀଙ୍କୁ ଅଫର କରାଯାଇଥିଲା। ହେଲେ ଅଭିନେତ୍ରୀ ଏହି ଅଫରକୁ ଗ୍ରହଣ କରିନଥିଲେ। ଆମେ ଏଠାରେ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ବିଷୟରେ କହୁଛୁ। ମିଳିଥିବା ସୂଚନା ମୁତାବକ, ସାମନ୍ଥାଙ୍କୁ ଏହି ଚଳଚ୍ଚିତ୍ର ୨୦୧୯ରେ ଅଫର୍ କରାଯାଇଥିଲା। କିନ୍ତୁ ସେ ସମୟରେ ସେ ଅଭିନେତା ତଥା ପୂର୍ବ ସ୍ବାମୀ ନାଗା ଚୈତନ୍ୟଙ୍କ ସହ ପରିବାର ଆରମ୍ଭ କରିବାକୁ ଯାଉଥିବାରୁ ଶାହାରୁଖଙ୍କ ଫିଲ୍ମକୁ ହାତଛଡ଼ା କରିଥିଲେ। ଏହା ପରେ ଏହି ଭୂମିକା ନୟନତାରାଙ୍କୁ ମିଳିଥିଲା।
ନୟନତାରାଙ୍କ ବ୍ୟକ୍ତିଗତ ଜୀବନ କଥା କହିବାକୁ ଗଲେ ସେ ଯମଜ ପୁତ୍ରଙ୍କ ମା’ । ସରୋଗେସି ପ୍ରଣାଳୀରେ ନୟନତାରା ମାତୃତ୍ବ ଲାଭ କରିଛନ୍ତି। ‘ଯବାନ’ ସିନେମା ରିଲିଜ ପରେ ନୟନତାରାଙ୍କୁ ନେଇ ଏକ ସାକ୍ଷାତକାର ହୋଇଥିଲା। ଯେଉଁଥିରେ ସେ କହିଥିଲେ, “ମୁଁ ସୁସ୍ଥ ରହିବା ପାଇଁ ସବୁବେଳେ ନିଜ ହାତରେ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ପସନ୍ଦ କରେ। ଦିନକୁ ୧୦-୧୪ ଗ୍ଲାସ ପାଣି ପିଇଥାଏ। ସୁବିଧା ହେଲେ ମୁଁ ପ୍ରତିଦିନ ପଇଡ଼ ପାଣି ପିଇବାକୁ ପସନ୍ଦ କରେ। ଏହା ଶରୀରକୁ ହାଇଡ୍ରେଟ ରଖିବାରେ ବିଶେଷ ଭାବେ ସାହାଯ୍ୟ କରିଥାଏ। ଏମିତି କି ମୁଁ ୱାର୍କ ଆଉଟ କରିବାକୁ କେବେ ଭୁଲେ ନାହିଁ। ଯଦି ସମୟ ନମିଳେ ସୁଟିଂ ସେଟରେ ୩୦ମିନିଟ ହେଉ ପଛେ ୱାର୍କ ଆଉଟ କରିଥାଏ। ୱାର୍କଆଉଟ ନକଲେ ମୋତେ ଜମାରୁ ଭଲ ଲାଗି ନଥାଏ। ତେଣୁ ମୁଁ କାମରେ ବ୍ୟସ୍ତ ଥିଲେ ବି ସୁଯୋଗ ଖୋଜୁଥାଏ କେଉଁଠୁ ଟିକେ ସମୟ ବାହାର କରି ୱାର୍କ ଆଉଟ କରିବି।”