କ’ଣ ପାଇଁ ଫଟୋଗ୍ରାଫରଙ୍କୁ ଦେଖି ରାଗି ଯାଆନ୍ତି ଜୟା ବଚ୍ଚନ? କାରଣ କହିଲେ ଝିଅ ଶ୍ୱେତା ନନ୍ଦା

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ତଥା ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଧର୍ମପତ୍ନୀ ଜୟା ବଚ୍ଚନ ବିଭିନ୍ନ ସମୟରେ ଫଟୋଗ୍ରାଫରମାନଙ୍କ ଉପରେ ରାଗୁଥିବାର ଦେଖା ଯାଇଥାଏ । ଏଥିରେ କୌଣସି ନୂଆ କଥା ନାହିଁ । ସବୁ ସମୟରେ ସେ ଯେ କୌଣସି ଇଭେଣ୍ଟକୁ ଯାଇଥିବା ବେଳେ ଫଟୋଗ୍ରାଫରମାନଙ୍କୁ ଗାଳି କରିଥାନ୍ତି । ଏବେ ଏହା ପଛର କାରଣ ଜଣାଇଛନ୍ତି ଜୟାଙ୍କ ଝିଅ ଶ୍ୱେତା ନନ୍ଦା ।

ସୂଚନା ମୁତାବକ, ଶ୍ୱେତା ନିଜ ଭାଇ ତଥା ଅଭିନେତା ଅଭିଷେକ ବଚ୍ଚନଙ୍କ ସହ ଚାଟ୍‌ ସୋ’ କଫି ଉଇଥ୍‌ କରଣ ସିଜିନ୍‌-୬ରେ ପହଞ୍ଚିଥିଲେ । ଯେଉଁଠି ଦୁହିଁଙ୍କୁ କରଣଙ୍କ କଡ଼ା ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିଥିଲା । କରଣ ଜୟା ବଚ୍ଚନଙ୍କ ସୋସିଆଲ ମିଡିଆରେ ଥିବା ଫଟୋଗ୍ରାଫରମାନଙ୍କୁ ରାଗୁଥିବାର ଭିଡିଓ କଥା ପକାଇ ଏହାର କାରଣ ପଚାରିଥିଲେ ।

aajtak.intoday.in

ଏହାର ଉତ୍ତର ରଖି ସେ କହିଥିଲେ, ମା’ଙ୍କୁ ବିନା ଅନୁମତିରେ ତାଙ୍କର କେହି ଫଟୋ ଉଠାଉ, ତାହା ପସନ୍ଦ ନୁହେଁ । ଅନେକ ଲୋକ ତାଙ୍କ ଆଖପାଖରେ ଥିଲେ ସେ ଅସହଜ ମନେ କରିଥାନ୍ତି । ନ ପଚାରି କେହି ଫଟୋ ଉଠାଇଲେ ସେ ରାଗିଯିବା ସହ ଗାଳି କରିଥାନ୍ତି।

ସମ୍ବନ୍ଧିତ ଖବର