ମୁମ୍ବାଇ: ବଲିଉଡର ଲୋକପ୍ରିୟ ଦମ୍ପତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନ ଛାଡପତ୍ର ନେଉଥିବା ଚର୍ଚ୍ଚା ମଧ୍ୟରେ ଜୟା ବଚ୍ଚନଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଐଶ୍ୱର୍ଯ୍ୟା ତାଙ୍କ ଝିଅ ନୁହଁ ବୋଲି କହୁଥିବା ଦେଖାଯାଇଛି। ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ଲୋକମାନେ ଜୟା ବଚ୍ଚନଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।
View this post on Instagram
ସାକ୍ଷାତକାରରେ ଜୟାଙ୍କୁ ପଚରାଯାଇଥିଲା ଯେ ଅଭିଷେକ ବଚ୍ଚନଙ୍କ ବିବାହ ପରେ ସେ ତାଙ୍କ ବୋହୂ ଐଶ୍ୱର୍ଯ୍ୟାଙ୍କ ସହ କଠୋର ଆଚରଣ କରୁଥିଲେ କି? ଏହି ପ୍ରଶ୍ନର ଉତ୍ତରରେ ଜୟା ବଚ୍ଚନ କହିଥିଲେ ଯେ, "ଜଣେ ଶାଶୁ ଭାବରେ ଐଶ୍ୱର୍ଯ୍ୟାଙ୍କ ସହ କଠୋର ହେବାର କୌଣସି ଆବଶ୍ୟକତା ନାହିଁ। ମୁଁ ମୋ ପିଲାମାନଙ୍କ ପାଇଁ ବହୁତ କଠୋର ଥିଲି। ତାଙ୍କୁ ଭଲ ବାଟରେ ଚଲାଇବା ପାଇଁ ମୋତେ କଠୋର ହେବାକୁ ପଡ଼ିଥିଲା। ଐଶ୍ବର୍ଯ୍ୟାଙ୍କ ପାଇଁ ମୁଁ କାହିଁକି କଠୋର ହେବି। ସେ ମୋ ବୋହୂ, ଝିଅ ନୁହନ୍ତି। ମୁଁ ନିଶ୍ଚିତ ଯେ, ତାଙ୍କ ମା’ ତାଙ୍କ ପାଇଁ କଠୋର ହୋଇ ସବୁ ଶିଖାଇଥିବେ।"