ମୁମ୍ବାଇ: ଆସନ୍ତାକାଲି ରିଲିଜ୍ ହେବାକୁ ଯାଉଛି ବରିଷ୍ଠ ଅଭିନେତା ଅନୁପମ୍ଙ୍କ ଫିଲ୍ମ ‘ଉଚ୍ଚାଇ’। ଏହାକୁ ନେଇ ଏକ ସ୍ବତନ୍ତ୍ର ସ୍କ୍ରିନିଂ ରଖା ଯାଇଥିଲା। ଏହି ଅବସରରେ ଅନେକ ସିନେ ତାରକା ଏକତ୍ର ନଜର ଆସିଥିଲେ। ସେହି ସମୟରେ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଫିଲ୍ମଟିର ଚରିତ୍ରମାନଙ୍କ ବ୍ୟତୀତ ଏହି ଉତ୍ସବରେ ଅନେକ ବଲିଉଡ୍ କଳାକାର ନଜର ଆସିଥିଲେ। ବଚ୍ଚନ ପରିବାରର ସବୁଠାରୁ ଗମ୍ଭୀର ବ୍ୟକ୍ତିତ୍ବର ବ୍ୟକ୍ତି ଜୟା ବଚ୍ଚନ ବି ଏଠାରେ ଉପସ୍ଥିତ ଥିଲେ। ତେବେ ଏକ ଦୃଶ୍ୟରେ ଦେଖିବାକୁ ମିଳିଛି ଯେ ଜୟାଙ୍କୁ ଦେଖିବା ପରେ ତାଙ୍କୁ ଅଭିନେତ୍ରୀ କଙ୍ଗନା ରାଣାୱତ ଅଭିବାଦନ ଜଣାଉଛନ୍ତି। ମାତ୍ର ନଦେଖିବା ପରି ଅନ୍ୟମାନଙ୍କ ସହ କଥା ହେଉଛନ୍ତି ଜୟା। ତା’ପରେ କଙ୍ଗନାଙ୍କୁ ମୁହଁର ଭାବ ଧୀରେ ଧୀରେ ଫିକା ପଡ଼ିଯାଉଛି। ଏଇ ସମୟରେ ଅନୁପମ ଜୟାଙ୍କ ହାତ ଧରି ଅନ୍ୟତ୍ର ନେଇ ଯାଉଛନ୍ତି।
View this post on Instagram
ସେସମୟର ଅନ୍ୟ ଏକ ଭିଡିଓ ବି ସେୟାର୍ ହୋଇଛି। ଭିଡିଓରେ କଙ୍ଗନାଙ୍କ ସହ ନଜର ଆସିଛନ୍ତି ଜୟା ବଚ୍ଚନଙ୍କ ଏକମାତ୍ର ଲାଡ୍ଲା ପୁଅ ଅଭିଷେକ ବଚ୍ଚନ। ସେ କିନ୍ତୁ ମାଆଙ୍କ ପରି କଙ୍ଗନାଙ୍କୁ ଅଣଦେଖା କରିନାହାନ୍ତି। ଅଭିଷେକ ଆଲିଙ୍ଗନ କରି କଙ୍ଗନାଙ୍କୁ ଅଭିବାଦନ ଜଣାଉଥିବା ଦେଖିବାକୁ ମିଳିଛି।
କଙ୍ଗନାଙ୍କ ପ୍ରଶଂସକମାନେ ଜୟା ବଚ୍ଚନଙ୍କ ବ୍ୟବହାରକୁ ଆଦୌ ପସନ୍ଦ କରିନାହାନ୍ତି। ସେମାନେ ସୋସିଆଲ୍ ମିଡିଆରେ ଜୟାଙ୍କୁ ଖୁବ୍ ଜୋର୍ରେ ଟ୍ରୋଲ୍ କରିଛନ୍ତି। କେହି କେହି ଜୟା ବଚ୍ଚନଙ୍କୁ ବି ସମର୍ଥନ କରିଛନ୍ତି।