କଙ୍ଗନା-ଜୟା ବୟାନ ବିବାଦରେ ପଶିଲେ ଜୟପ୍ରଦା

ନୂଆଦିଲ୍ଲୀ:ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ବଲିଉଡରେ ଚାଲିଥିବା ବିତର୍କ ସଂସଦରେ ପହଞ୍ଚିଛି, ଯେଉଁଠାରେ ରାଜ୍ୟସଭା ସାଂସଦ ତଥା ଅଭିନେତ୍ରୀ ଜୟା ବଚ୍ଚନ ଏକ ବିବୃତ୍ତି ଦେଇଥିଲେ |ମଙ୍ଗଳବାର ଦିନ ଜୟା ବଚ୍ଚନ ବିଜେପି ସାଂସଦ ରବି କିଶନ ଏବଂ କଙ୍ଗନାଙ୍କ ନାମ ନ ଉଠାଇ ବିବୃତ୍ତି ଦେଇଥିଲେ | ଆଉ ବର୍ତ୍ତମାନ ଏହି ସମଗ୍ର ବୟାନ ବିବାଦରେ ପୂର୍ବତନ ସାଂସଦ ତଥା ଅଭିନେତ୍ରୀ ଜୟପ୍ରଦା ମଧ୍ୟ ବୟାନ ଦେଇଛନ୍ତି ।

ସେ ଜୟାଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ‘ରବି କିଶନ କିଛି ଭୁଲ କହି ନାହାଁନ୍ତି। କେଉଁ ଥାଳି କଥା ଜୟା ବଚ୍ଚନ କହୁଛନ୍ତି | ଯେତେବେଳେ ଆଜମ ଖାନ ମୋ ଉପରେ ମନ୍ତବ୍ୟ ଦେଇଥିଲେ ସେତେବେଳେ ଜୟା ବଚ୍ଚନ କେଉଁଠାରେ ଥିଲେ। ଏହା ଶୁଣି ଜଣାପଡୁଛି ଯେ ଜୟା ବଚ୍ଚନ କହୁନାହାଁନ୍ତି ବରଂ ଅଖିଳେଶ ଯାଦବ କହୁଛନ୍ତି । ଡ୍ରଗସ ବିରୋଧରେ ଜୟା ବଚ୍ଚନ ଆଗକୁ ଆସିବା ଉଚିତ୍। ‘

ଏଠାରେ ସୂଚନା ଥାଉ କି ବଲିଉଡରେ ଡ୍ରଗ୍‌ସ କାରବାର ସଂପର୍କରେ ଅଭିନେତା ତଥା ବିଜେପି ସାଂସଦ ରବି କିଶନ ଦେଇଥିବା ମନ୍ତବ୍ୟ ଉପରେ ସମାଜବାଦୀ ପାର୍ଟିର ସଦସ୍ୟ ଜୟା ବଚ୍ଚନ ମଙ୍ଗଳବାର ଦିନ ରାଜ୍ୟସଭାରେ କହିଥିଲେ; କେବଳ କିଛି ଲୋକଙ୍କ ପାଇଁ ଆପଣ ସମଗ୍ର ବଲିଉଡ୍‌ ଶିଳ୍ପକୁ କ୍ଷତି ପହଞ୍ଚାଇ ପାରିବେ ନାହିଁ … ଯେଉଁ ଥାଳିରେ ଖାଉଛ ସେ ଥାଳିରେ ଛେପ ପକାଅ ନାହିଁ। ଯାହାକୁ ଡ୍ରିମ ଗାର୍ଲ ତଥା ସାଂସଦ ହେମା ମାଳିନୀ ମଧ୍ୟ ସମର୍ଥନ କରିଥିଲେ | ବଲିଉଡରେ ଡ୍ରଗ୍ସ ମାଫିଆକୁ ସେ ଫାଲତୁ କଥା ବୋଲି କହିବା ସହ ଟ୍ୟାଲେଂଟ ଥିଲେ କେହି ରୋକିପାରିବେନି ବୋଲି ମତ ଦେଇଥିଲେ ।

ସମ୍ବନ୍ଧିତ ଖବର

Comments are closed.