ବର୍ଷିଆନ ଅଭିନେତା ଜୟୀଙ୍କୁ କ୍ଷମା ମାଗିଲେ ସୁଦୀପ୍ତ

ଭୁବନେଶ୍ୱର: ଗତ ୨୮ ତାରିଖ ରାତିରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷିଆନ ଅଭିନେତା ଜୟୀରାମ ସାମଲ ଓର୍‌ଫ ଜୟୀଙ୍କୁ ନେଇ ‘ଜୟୀ ଭାଇ ଦୁନିଆ ଛାଡ଼ି ଚାଲିଗଲେ’ ଶୀର୍ଷକରେ ଏକ ଫଟୋ ଫେସ୍‌ବୁକ୍‌ରେ ପୋଷ୍ଟ କରିଥିବା ଯୁବକ ସୁଦୀପ୍ତ ସାହୁ ଅବଶେଷରେ ଆଜି କ୍ଷମା ଯାଚନା କରିଛନ୍ତି। ପିଜି ପ୍ରଥମ ବର୍ଷର ଛାତ୍ର ସୁଦୀପ୍ତ ସାହୁ ଆଜି ଜୟୀରାମ ସାମଲଙ୍କର କଟକର ତୁଳସୀପୁର ବାସବଭନରେ ସାଢ଼େ ୧୨ଟା ସମୟରେ ପହଞ୍ଚି ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଥିବା ଜଣାଯାଇଛି। ସେ ଭୁଲକ୍ରମେ ଏଭଳି କରିଥିବା କହିଛନ୍ତି ବୋଲି ଜୟୀଙ୍କ ପୁତ୍ର ଜ୍ୟୋତି ରଂଜନ ସାମଲ ‘ସମ୍ବାଦ ଡଟ୍ଇନ୍‌’କୁ କହିଛନ୍ତି। ବାପା ବି ସୁଦୀପ୍ତଙ୍କୁ କ୍ଷମା ପ୍ରଦାନ କରିଛନ୍ତି ବୋଲି ଜ୍ୟୋତି ରଂଜନ କହିଛନ୍ତି।

‘ଜୟୀ ଭାଇ ଦୁନିଆ ଛାଡ଼ି ଚାଲିଗଲେ’ ଶୀର୍ଷକରେ ଏକ ଫଟୋ ଫେସ୍‌ବୁକ୍‌ରେ ପୋଷ୍ଟ ହେବାପରେ ଜୟୀଙ୍କ ପାଖକୁ ବହୁ ସଂଖ୍ୟକ ଫୋନ୍‌ କଲ୍‌ ଆସୁଥିଲା। ଏହାକୁ ନେଇ ସେ ବିଶେଷ ଚିନ୍ତିତ ନ ଥିଲେ ହେଁ ଶୁଭେଚ୍ଛୁ ଓ ସିନେପ୍ରେମୀଙ୍କ ମନରେ ଏଭଳି ମିଥ୍ୟା ଖବର ଆଘାତ ଦେଇଛି ବୋଲି କହିଥିଲେ ଜୟୀ।

ସମ୍ବନ୍ଧିତ ଖବର