ଲାଇଭ୍‌ ସୋ’ ବେଳେ ତଳେ ପଡ଼ିଗଲେ ଏହି ଲୋକପ୍ରିୟ କଣ୍ଠଶିଳ୍ପୀ,ଭିଡିିଓ ହେଲା ଭାଇରାଲ୍‌

ନୂଆଦିଲ୍ଲୀ : ନିଜ ସ୍ୱରର ଜାଦୁରେ ସାରା ଦୁନିଆର ଲୋକମାନଙ୍କ ହୃଦୟ ଜିତିଥିବା କଣ୍ଠଶିଳ୍ପୀ ଜେନିଫର ଲୋପେଜ୍‌ଙ୍କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ସବୁବେଳେ ସେ ନିଜ ଗୀତକୁ ନେଇ ଚର୍ଚ୍ଚାରେ ରହୁଥିବା ବେଳେ ଲାଇଭ୍‌ ସୋ’ରେ ତାଙ୍କ ସହ ଘଟିଥିବା ଘଟଣା ଏବେ ତାଙ୍କୁ ଚର୍ଚ୍ଚାର ପରିସରକୁ ଆଣିଛି । ଆମେରିକାର ପପ୍‌ ସିଙ୍ଗର ଜେନିଫର ଏକ ଲାଇଭ୍‌ ସୋ’ କରୁଥିବା ସମୟରେ ତଳେ ପଡ଼ି ଯାଇଥିଲେ । ଆମେରିକାର ଲାସ୍‌ଭେଗସ୍‌ରେ ଆୟୋଜିତ କରାଯାଇଥିବା ଏକ କନସର୍ଟରେ ଯୋଗ ଦେଇଥିବା ବେଳେ ତାଙ୍କ ସହ ଏହି ଘଟଣା ଘଟିଥିଲା ।

ଏହି ସମୟରେ ସେ ଡ଼୍ୟାନ୍ସ ଏଗେନ୍‌ର ଗୀତ ଗାଇ ଶ୍ରୋତାମାନଙ୍କ ମନୋରଞ୍ଜନ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା । ଫଳରେ ସେ ତଳେ ପଡ଼ି ଯାଇଥିଲେ । କିନ୍ତୁ ତଳେ ପଡ଼ିବା ପରେ ସେ ତୁରନ୍ତ ଉଠିବା ସହ ପୁଣି ନିଜ ଗୀତ ଗାଇବା ଆରମ୍ଭ କରିଥିଲେ ବୋଲି ଭାଇରାଲ ହୋଇଥିବା ଭଡିିଓରେ ଦେଖା ଯାଇଛି ।

ସମ୍ବନ୍ଧିତ ଖବର