ପୁଣି ନୂଆ ଢଙ୍ଗରେ ‘ଝଲକ ଦିଖଲାଜା’

ମୁମ୍ବାଇ: ଅପକମିଂ ସସପେନ୍ସ ଥ୍ରୀଲର ଫିଲ୍ମ ଦ ବଡିର ନୂଆ ଗୀତ ରିଲିଜ ହୋଇଛି । ପୂର୍ବରୁ ରିଲିଜ ହୋଇଥିବା ଗୋଟେ ଗୀତ ଓ ଟ୍ରେଲରକୁ ଦର୍ଶକ ବେଶ ପସନ୍ଦ କରୁଥିବାବେଳେ ଏବେ ଏହି ନୂଆ ଗୀତ ମଧ୍ୟ ଲୋକପ୍ରିୟ ହେଉଛି । ଏବେ ଆସିଛି ଫିଲ୍ମର ନୂଆ ଡ୍ୟାନ୍ସ ଗୀତ ‘ଝଲକ ଦିଖଲାଜା’ । ହିମେଶ ରେଶମିୟାଁଙ୍କ ଗୀତକୁ ଏହି ସିନେମା ପାଇଁ ରିକ୍ରିଏଟ୍ କରାଯାଇଛି । ଆଉ ଏହାକୁ ରିକ୍ରିଏଟ କରିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ତନିଷ୍କ ବାଗଚି । ପାର୍ଟି ଥିମକୁ ନେଇ ଏହି ଗୀତଟି ପ୍ରସ୍ତୁତ କରିଛନ୍ତି ମେକର୍ ।


ଇମ୍ରାନ ହାସମୀଙ୍କୁ ଏଥିରେ ଦେଖିବାକୁ ମିଳିିଛି । ଏଥିରେ କଣ୍ଠଦାନ କରିଛନ୍ତି ହିମେଶ ରେଶମିୟାଁ । ୟୁଟ୍ୟବରେ ଗୀତକୁ ଜାରି କରାଯିବା ପରେ ଲଗାତାର ଏହାର ଶ୍ରୋତାଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ଫିଲ୍ମରେ ସସପେନ୍ସ ଓ ଥ୍ରୀଲରରେ ଭରପୁର ରହିଛି ସହ ଋଷି କପୁର୍ ଓ ଇମ୍ରାନଙ୍କ ଦମଦାର ଅଭିନୟ । ନୂଆ ଚେହେରା ବେଦିକା ଓ ଶୋଭିତା ଫିମେଲ ଲିଡରେ ଅଭିନୟ କରୁଛନ୍ତି । ସୁନୀର ଖେତରପାର ଫିଲ୍ମର ପ୍ରଯୋଜନା ଓ ଜିତ ଯୋଶେଫ ନିର୍ଦ୍ଦେଶନା ଦେଇଛନ୍ତି । ଡିସେମ୍ବର ୧୩ରେ ପରଦାକୁ ଆସିବ ଦ ବଡ଼ି ।

ସମ୍ବନ୍ଧିତ ଖବର