ମୁମ୍ବାଇ: ଅଭିନେତ୍ରୀ ଜାହ୍ନବୀ କପୁର ଓ ଅଭିନେତା ଅର୍ଜୁନ ପକୁରଙ୍କୁ ଦେଖିଲେ କେବେ ବି ସେ ଦୁହେଁ ଭିନ୍ନ ମାଆଙ୍କ ପେଟରୁ ଜନ୍ମ ବୋଲି ଅନୁମାନ ଲଗାଇ ହୁଏ ନାହିଁ, ଯଦିଓ ଅର୍ଜୁନ ବନି କପୁରଙ୍କ ପ୍ରଥମ ପତ୍ନୀଙ୍କ ପୁଅ ହୋଇଥିବା ବେଳେ ଦ୍ୱିତୀୟ ପତ୍ନୀ ଶ୍ରୀଦେବୀଙ୍କ ପୁତ୍ରର ଜାହ୍ନବୀ। ଜାହ୍ନବୀ ତାଙ୍କର ହାଫ୍-ବ୍ରଦର୍(ସାବତ ଭାଇ) ଅର୍ଜୁନ ସମର୍ଥନରେ ଅନେକ ସମୟରେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ଅର୍ଜୁନ ମଧ୍ୟ ସାବତ ମାଆ ଶ୍ରୀଦେବୀଙ୍କ ଦେହାନ୍ତ ପରେ ଭଉଣୀ ଜାହ୍ନବୀ ଓ ଖୁସିଙ୍କୁ ନେଇ ବେଶ୍ ଚିନ୍ତାଶିଳ ହୋଇ ପଡ଼ିଛନ୍ତି। ଏକ ଷ୍ଟେଜ୍ ଉପରେ ଶ୍ରୀଦେବୀଙ୍କୁ ମନେ ପକାଇ ବୋନି କପୁର୍ କାନ୍ଦି ପକାଇଥିଲା ବେଳେ ମଧ୍ୟ ଅର୍ଜୁନ ଉପରକୁ ଯାଇ ବାପାଙ୍କୁ ବୋଧ ଦେଇଥିଲେ।
ନିକଟରେ ଏହି ସାକ୍ଷାତ୍କାରରେ ଜାହ୍ନବୀ ତାଙ୍କ ଭାଇ ଅର୍ଜୁନଙ୍କୁ ବାପା ବୋନି କପୁର୍ଙ୍କ ସହ ତୁଳନା କରିଛନ୍ତି। ସେ କହିଛନ୍ତି କି,‘ଭାଇ ଏକ୍ଦମ୍ ବାପାଙ୍କ ପରି। ପତ୍ୟେକ ଦୁର୍ବଳ ମୁହୁର୍ତ୍ତରେ କାହାକୁ ସମ୍ଭାଳିବା ପାଇଁ କ’ଣ କରିବା ଉଚିତ ତାହା ସେ ବେଶ୍ ଭଲ ଭାବେ ଜାଣନ୍ତି। ଅନ୍ୟର ସାହାରା ବନିବା ତାଙ୍କ ସଉକ। ସବୁ ଲୋକ ତାଙ୍କ ସଂପର୍କରେ ଭଲ ହିଁ କୁହନ୍ତି। ସେ ପିଲାଦିନରୁ ଯେଭଳି ଭାବେ ବଢ଼ିଛନ୍ତି ସେଥିପାଇଁ ତାଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ। ଉଲ୍ଲେଖଯୋଗ୍ୟ, ଆଗକୁ ରିଲିଜ୍ ହେବ ଜାହ୍ନବୀ କପୁର୍ଙ୍କ ଅଭିନୀତ ଚଳଚ୍ଚିତ୍ର ‘ଧଡକ’।