‘ଧଡ଼କ୍‌’ ସେଟ୍‌ରୁ କେମିତି ଲିକ୍‌ ହେଲା ଜାହ୍ନବୀ କୁପର୍‌ଙ୍କ ଫଟୋ?

ମୁମ୍ବାଇ: ପ୍ରଯୋଜକ କରଣ ଜୋହର ଓ ନିର୍ଦ୍ଦେଶକ ଶଶାଙ୍କ ଖୈତାନ୍‌ ସେମାନଙ୍କର ଅପକମିଂ ଫିଲ୍ମ ‘ଧଡ଼କ୍‌’ର ସୁଟିଂ ସେଟ୍‌ରେ ମୋବାଇଲ୍‌ ନେବାକୁ ୟୁନିଟ୍‌କୁ ବାରଣ କରିଛନ୍ତି। ଏବେ କେହି କେହି ସେଟ୍‌ରେ ଫୋନ୍‌ ବା ଟାବଲେଟ୍‌ ବ୍ୟବହାର କରି ପାରୁ ନାହାନ୍ତି। କାରଣ ଫିଲ୍ମିର କିଛି ଫଟୋ ଓ ଗୁପ୍ତ ତଥ୍ୟ ଫୋନ୍‌ ଜରିଆରେ ବାହାରକୁ ଆସି ଯାଉଛି ବୋଲି ଚର୍ଚ୍ଚା ହେଉଛି।ତେବେ ଏଭଳି ବାରଣ ସତ୍ତ୍ୱେ ‘ଧଡ଼କ୍‌’ର ନାୟିକା ଜାହ୍ନବୀ କୁପର୍‌ଙ୍କ ଏକ ନୂଆ ଫଟୋ ଲିକ୍‌ ହୋଇଯାଇଛି। ଏହାକୁ ନେଇ ନିର୍ମାତା କରଣ ଜୋହର ଖୁବ୍‌ ଚିନ୍ତିତ।

photo-amarujala

ତେଣେ କରଣ ଜାହ୍ନବୀ କପୁର ସୁଟିଂ ସେଟ୍‌ରେ ଆଜିକାଲି ଠିକ୍‌ ଭାବେ ସଟ୍‌ ଦେଇ ପାରୁ ନଥିବା ମଧ୍ୟ କୁହାଯାଉଛି। ମାଆ ଶ୍ରୀଦେବୀଙ୍କ ମୃତ୍ୟୁପରେ ଜାହ୍ନବୀ ଖୁବ୍‌ ଭାଙ୍ଗି ପଡ଼ିଛନ୍ତି। ଏଥିପାଇଁ ସୁରକ୍ଷାତ୍ମକ ଭାବନା ନେଇ କରଣ ଜୋହର୍‌ ଜାହ୍ନବୀଙ୍କ ସହିତ ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁରଙ୍କୁ ସେଟ୍‌ରେ ରହିବାକୁ କହିଥିଲେ। ଏକଥାକୁ ମଧ୍ୟ ଜାହ୍ନବୀଙ୍କ ପିତା ବୋନି କପୁର୍‌ ଠିକ୍‌ ମନେ କରିଥିଲେ। ଏହି କାରଣରୁ ଆଜିକାଲି ‘ଧଡ଼କ୍‌’ ସେଟ୍‌ରେ ଜାହ୍ନବୀଙ୍କ ସାନ ଭଉଣୀ ଖୁସି କପୁର୍‌ଙ୍କୁ ମଧ୍ୟ ଦେଖୁବାକୁ ମିଳୁଛି। ଏହି ଫିଲ୍ମରେ ଇଶାନ୍‌ ଖଟ୍ଟର ନାୟକ ଭୂମିକାରେ ଅଛନ୍ତି।

ସମ୍ବନ୍ଧିତ ଖବର