ଚୁଲ୍‌ବୁଲି ଝିଅ, ପତ୍ନୀ ଓ ଶେଷରେ ସ୍ନେହମୟୀ ମାଆ ଭୂମିକାରେ ଝିଲିକ୍‌!

ନୂଆ ଫିଲ୍ମ ‘ତୁ ମୋ ହିରୋ’ରେ ଅଭିନେତ୍ରୀ ଝିଲିକ୍‌ ଗୋଟେ ଚମତ୍କାର ଭୂମିକାରେ ଅଭିନୟ କରିଛନ୍ତି। ସେଥିରେ ସେ ଏକାଦିକ୍ରମେ ଜଣେ ଚୁଲ୍‌ବୁଲି ଝିଅ, ତା’ପରେ ଜଣେ ଭଲ ପତ୍ନୀ ତଥା ପରେ ଜଣେ ମମତାମୟୀ ମାଆ ଭୂମିକାରେ ଆସିଛନ୍ତି। ବୋଧେ ତାଙ୍କ କ୍ୟାରିୟର୍‌ରେ ଏହା ପ୍ରଥମ। ନିଜ ଭିତରେ ଥିବା ଅଭିନୟ ଦକ୍ଷତାକୁ ଚ୍ୟାଲେଞ୍ଜ୍‌ ଓ ପ୍ରମାଣ କରିବାଲାଗି ଇଏ ଏକ ବଡ଼ ସୁଯୋଗ ମଧ୍ୟ।

ଉଲ୍ଲେଖନୀୟ ଯେ ‘ତୁ ମୋ ହିରୋ’ରେ ଝିଲିକ୍‌ଙ୍କର ନାୟକ ହୋଇଛନ୍ତି ଜ୍ୟୋତି ରଞ୍ଜନ। ଜ୍ୟୋତି ରଞ୍ଜନ ଏଥିରେ ଆଙ୍ଗ୍ରି ୟଙ୍ଗ୍‌ମ୍ୟାନ୍‌ ଭୂମିକାରେ ଅଛନ୍ତି। ଏ ଫିଲ୍ମର ପ୍ରଯୋଜନା କରିଛନ୍ତି ଶ୍ରୀନିବାସ ରାଓ, ନିର୍ଦ୍ଦେଶକ ହେଉଛନ୍ତି ଦିଲ୍ଲୀପ ପଣ୍ଡା। ବୈଦ୍ୟନାଥ ଦାଶ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବାବେଳେ ସଂଳାପକାର ଅଛନ୍ତି ଡକ୍ଟର ରଜନୀ ରଞ୍ଜନ। ଜ୍ୟୋତି ରଞ୍ଜନ ଓ ଝିଲିକ୍‌ଙ୍କ ସହିତ ଏଥିରେ ଆହୁରି ଅଛନ୍ତି ମିହିର ଦାସ, ଚୌଧୁରୀ ବିକାଶ ଦାସ, ପ୍ରତିଭା ପଣ୍ଡା ଓ ଜୀବନ ପଣ୍ଡା ପ୍ରମୁଖ। ଉଦୟ ମୁଭିଜ୍‌ ବ୍ୟାନର୍‌ରେ ତିଆରି ହୋଇଥିବା ଏ ଫିଲ୍ମର ମିଡିଆ ପ୍ଲାନର୍‌ ଅଛନ୍ତି ପ୍ରଣୟ ଜେଠୀ।

ଉଲ୍ଲେଖନୀୟ ଯେ ପୂର୍ବରୁ ‘ତୁ ମୋ ହିରୋ’ର ଟିଜର୍‌ ଆଡ୍‌ ୟୁ-ଟ୍ୟୁବ୍‌ରେ ରିଲିଜ୍‌ ହେବାପରେ ନାହିଁ ନ ଥିବା ଲୋକପ୍ରିୟତା ହାସଲ କରି ସାରିଛି।

ସମ୍ବନ୍ଧିତ ଖବର