କେଉଁ ନାୟକଙ୍କ ସହ ସବୁଠୁ ବେଶି ସିନେମାରେ କାମ କରିଛନ୍ତି ଝିଲିକ୍‌?

ଭୁବନେଶ୍ୱର: ବଙ୍ଗୀୟ ନାୟିକା ଝିଲିକ୍‌ ଓଲିଉଡରେ ଖୁବ୍‌ ପରିଚିତା।ନିରଞ୍ଜନ ରଣା ପ୍ରଯୋଜିତ ତଥା ଏସ କେ ମୁରଲୀଧରନ୍‌ ନିର୍ଦେଶିତ ‘ଟାର୍ଗେଟ୍‌’ ଜରିଆରେ ଓଲିଉଡରେ ପ୍ରବେଶ କରିଥିଲେ ଝିଲିକ୍‌।ଏଥିରେ ତାଙ୍କର ନାୟକ ଥିଲେ ଅମ୍ଳାନ। ତାପରେ ସେ ବାବୁସାନଙ୍କ ସହ ‘ଆଖିରେ ଆଖିରେ’ ରେ ନଜର ଆସିଥିଲେ। ଏହି ଫିଲ୍ମ ସୁପରହିଟ୍‌ ହେବାପରେ ବାବୁସାନ୍‌-ଝିଲିକଙ୍କୁ ଲୋକପ୍ରିୟ ଯୋଡ଼ିର ମାନ୍ୟତା ମିଳିଥିଲା।ଏହି ଯୋଡ଼ିକୁ ଦର୍ଶକ ପୁଣି ‘ଲେଖୁ ଲେଖୁ ଲେଖି ଦେଲି’ , ‘ସୁପର ମିଛୁଆ’ ଏବଂ ‘ଜବରଦସ୍ତ ପ୍ରେମିକ’ ଆଦି ସିନେମାରେ ବି ପସନ୍ଦ କରିଥିଲେ।ଏଯାବତ୍‌ ଝିଲିକ୍‌ ସବୁଠୁ ବେଶି ସିନେମା ବି ବାବୁସାନଙ୍କ ସହ ହିଁ କରିଛନ୍ତି। ବାବୁସାନ୍‌-ଝିଲିକ୍‌ ଯୋଡିର ସିନେମା ସଂଖ୍ୟା ୪।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଶେଷ ସିନେମାକୁ ଛାଡ଼ି ବାକ ିସିନେମା ହିଟ୍‌ ହୋଇଥିଲା। ଅପର ପକ୍ଷରେ‘ଅଗସ୍ତ୍ୟ’ ଏବଂ ‘ବେବି’ରେ ଅନୁଭବଙ୍କ ବିପକ୍ଷରେ ନଜର ଆସିଥିଲେ ଝିଲିକ୍‌ । ଅର୍ଥାତ୍‌ ଅନୁଭବ-ଝିଲିକ୍‌ ଯୋଡିର ସିନେମା ସଂଖ୍ୟା ୨। ଠିକ୍‌ ସେହିପରି ଝିଲିକଙ୍କୁ ଅରିନ୍ଦମଙ୍କ ସହ ମାତ୍ର ଗୋଟିଏ ସିନେମା ‘ଲଭ୍‌ ୟୁ ହମେଶା’ରେ ଦେଖିବାକୁ ପାଇଥିଲେ ଦର୍ଶକ । ସବ୍ୟସାଚୀଙ୍କ ବିପକ୍ଷରେ ନାୟିକା ହେବାର ସୁଯୋଗ ଏଯାବତ୍‌ ମିଳି ନାହିଁ ଝିଲିକଙ୍କୁ। ଜଣାଶୁଣା ନାୟକ ସମ୍ବିତ୍‌ଏବଂ ଜ୍ୟୋତିଙ୍କ ସହ ବି ଝିଲିକ କେବଳ ଗୋଟିଏ ଲେଖାଏଁ ସିନେମା ଯଥାକ୍ରମେ ‘ତୁମକୁ ଦେଖିଲାପରେ’ ଏବଂ ‘ତୁ ମୋ’ ହିରୋ’ରେ ଅଭିନୟ କରିଛନ୍ତି।

 

ସମ୍ବନ୍ଧିତ ଖବର