ଏହି ନିର୍ଦ୍ଦେଶକମାନଙ୍କ ସହ ଥରଟିଏ କାମ କରିଛନ୍ତି ଝିଲିକ୍‌ !

ଭୁବନେଶ୍ୱର: ନବାଗତ ନିର୍ଦ୍ଦେଶକ କୈଳାସ ମହାପାତ୍ରଙ୍କ ‘ଓଲେ ଓଲେ ଦିଲ ବୋଲେ ’ରେ ନାୟିକା ଭୂମିକାରେ ନଜର ଆସିଛନ୍ତି ଝିଲିକ୍‌। ତାଙ୍କ ସହ ସେ ପ୍ରଥମ ଥର କାମ କରିଛନ୍ତି। ଆସନ୍ତୁ ଜାଣିବା ଅନ୍ୟ କେଉଁ ନିର୍ଦ୍ଦେଶକଙ୍କ ସହ ସେ ଥରଟିଏ କାମ କରିଛନ୍ତି। ଓଲିଉଡରେ ଲୋକପ୍ରିୟ ନାୟିକା ଝିଲିକ୍‌ ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ ଛବି ଟାର୍ଗେଟ୍‌ରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ । ଏହାର ନିର୍ଦ୍ଦେଶକ ଥିଲେ ଏସ୍‌.କେ.ମୁରଲୀଧରନ୍‌ । ଏହାପରେ ତାଙ୍କୁ ଓଲିଉଡରେ ଭଲ ଭଲ ଅଫର୍‌ ମିଳିବା କାରଣରୁ ସେ ବଙ୍ଗୀୟା ହୋଇ ମଧ୍ୟ ଓଡ଼ିଶାରେ ରହିଯାଇଛନ୍ତି ।

ହେଲେ ଆପଣ ଜାଣନ୍ତି କି ଝିଲିକ୍‌ଙ୍କର ଏଯାବତ୍‌ ଯେଉଁସବୁ ଫିଲ୍ମ ରିଲିଜ୍‌ ହୋଇଛନ୍ତି, ସେଥିମଧ୍ୟରୁ ଅଧିକାଂଶଙ୍କ ସହ ଥରଟିଏ କାମ କରିଛନ୍ତି । ଡେବ୍ୟୁ ଫିଲ୍ମର ନିର୍ଦ୍ଦେଶକ ଏସ୍‌.କେ.ମୁରଲୀଧରନ୍‌ ଙ୍କ ସହ ଦ୍ୱିତୀୟ ଥର କାମ କରିନାହାନ୍ତି । ଠିକ୍‌ ସେହିପରି ଓଲିଉଡର ପ୍ରତିଭାବାନ୍‌ ନିର୍ଦ୍ଦେଶକ ଅଶୋକ ପତିଙ୍କ କେବଳ ଗୋଟିଏ ସିନେମା ‘ ସୁପର ମିଛୁଆ’ରେ କାମ କରିଥିଲେ । ଅତ୍ୟତମ ଖ୍ୟାତନାମା ନିର୍ଦ୍ଦେଶକ ହିମାଂଶୁ ପରିଜାଙ୍କର କେବଳ ଗୋଟିଏ ସିନେମା ‘ ଲଭ୍‌ ୟୁ ହମେଶା’ ରେ ନାୟିକା ବନିଥିଲେ ଝିଲିକ୍‌ ।

ଠିକ୍‌ ସେହିପରି ଡେବ୍ୟୁଟାଣ୍ଟ ଡିରେକ୍ଟର୍‌ ରାଜୁ ସରଭେୟାଙ୍କ ‘ଜବରଦସ୍ତ ପ୍ରେମିକ’, ଚନ୍ଦନ ମହାପାତ୍ରଙ୍କ ‘ତୁମକୁ ଦେଖିଲା ପରେ’ରେ ନାୟିକା ଭୂମିକାରେ ଦେଖିବାକୁ ମିଳିଛନ୍ତି । ସଂଯୋଗ ବଶତଃ ଏହି ନିର୍ଦ୍ଦେଶକମାନେ ଦ୍ୱିତୀୟ ଓଡ଼ିଆ ସିନେମା ତିଆରି କରି ନାହାନ୍ତି । ଜଣାଶୁଣା ନିର୍ଦ୍ଦେଶକ ଦିଲୀପ ପଣ୍ଡାଙ୍କ ସହ ସିନେମା ‘ତୁ ମୋ’ ହିରୋ’ରେ ପ୍ରଥମ ଥର ପାଇଁ କାମ କରିଛନ୍ତି ଝିଲିକ୍‌ ।

ସମ୍ବନ୍ଧିତ ଖବର