ଯଦି ‘ଦ କଶ୍ମୀର ଫାଇଲ୍ସ’ ଟିକସ ମୁକ୍ତ ହେଲା, ତେବେ ‘ଝୁଣ୍ଡ’ କାହିଁକି ନୁହେଁ? ପ୍ରଶ୍ନ କଲେ ନିର୍ମାତା

ମୁମ୍ବାଇ: କଶ୍ମୀର ପଣ୍ଡିତମାନଙ୍କ ଉପରେ ନିର୍ମାଣ ହୋଇଥିିବା ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ଦେଶର ବିଭିନ୍ନ ସ୍ଥାନରେ ଲୋକମାନେ ସମର୍ଥନ କରୁଛନ୍ତି। ବକ୍ସ ଅଫିସରେ ଚଳଚ୍ଚିତ୍ରର ଦିନକୁ ଦିନ ଅଧିକ ରୋଜଗାର କରୁଛି। ଏହି ଚଳଚ୍ଚିତ୍ରକୁ ଦେଶର ଅଧିକାଂଶ ରାଜ୍ୟରେ ଟିକସମୁକ୍ତ କରାଯାଇଛି। ବର୍ତ୍ତମାନ ଏହି ଫିଲ୍ମ ପୂର୍ବରୁ ରିଲିଜ୍ ହୋଇଥିବା ଫିଲ୍ମ ‘ଝୁଣ୍ଡ’ର ସହ-ନିର୍ମାତା ସବିତା ରାଜ ହିରେମାଥ ଦେଶରେ ଟିକସମୁକ୍ତ ଚଳଚ୍ଚିତ୍ରର ମାନଦଣ୍ଡ ଉପରେ ପ୍ରଶ୍ନ କରିଛନ୍ତି। ‘ଦ କଶ୍ମୀର ଫାଇଲ୍ସ’ ଟିକସମୁକ୍ତ ହେଲା ହେଲେ ‘ଝୁଣ୍ଡ କାହିଁକି ଟିକସମୁକ୍ତ ହେଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ସବିତା ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ଏକ ଗୁରୁତ୍ୱପୂର୍ଣ୍ଣ ଚଳଚ୍ଚିତ୍ର ଭାବରେ ବର୍ଣ୍ଣନା କରିବା ସହ ତାଙ୍କ ଫିଲ୍ମ ‘ଝୁଣ୍ଡ’ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି କହିଛନ୍ତି। ସେ କହିଛନ୍ତି ଯେ, ମୁଁ ‘ଦ କଶ୍ମୀର ଫାଇଲ୍ସ’ ଦେଖିବା ପରେ ମୋର ହୃଦୟ ଭାଙ୍ଗିଗଲା। ଏହି ଚଳଚ୍ଚିତ୍ର କଶ୍ମୀରୀ ପଣ୍ଡିତଙ୍କ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିଛି। କିନ୍ତୁ ଚଳଚ୍ଚିତ୍ର ଝୁଣ୍ଡର ନିର୍ମାତା ହୋଇ ଯଦି ମୁଁ ଏହାକୁ ଦେଖେ, ତେବେ ଝୁଣ୍ଡ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଚଳଚ୍ଚିତ୍ର ଏବଂ ଏହି ଚଳଚ୍ଚିତ୍ରରେ ଦେଶର ଲୋକଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେବାକୁ ଚେଷ୍ଟା କରାଯାଇଛି।ମୁଁ କେବଳ ଜାଣିବାକୁ ଚାହେଁ ଯେ ସରକାର ଏକ ଚଳଚ୍ଚିତ୍ରକୁ ଟିକସ ମୁକ୍ତ କରିବାର ମାନଦଣ୍ଡ କ’ଣ ରହିଛି?

ସମ୍ବନ୍ଧିତ ଖବର