ଜିଆ ଖାନ୍‌ଙ୍କ ମୃତ୍ୟୁ ରହସ୍ୟକୁ ନେଇ ତିନି ଭାଗରେ ନିର୍ମାଣ ହେବ କ୍ଷୁଦ୍ର ଚଳଚ୍ଚିତ୍ର

ମୁମ୍ବାଇ : ବଲିଉଡ୍‌ କଳାକାରମାନେ ନିଜ ଫିଲ୍ମ ଅପେକ୍ଷା ନିଜ ବ୍ୟକ୍ତିଗତ ବିବାଦକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । କାହାକୁ ଡେଟ୍‌ କରୁଛନ୍ତି ବା କାହାକୁ ବିବାହ କରିବାକୁ ଯାଉଛନ୍ତି, ସେ ନେଇ ମଧ୍ୟ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ । ସେଭଳି ଅଭିନେତ୍ରୀ ଜିଆ ଖାନ୍‌ଙ୍କର ହଠାତ୍‌ ଆତ୍ମହତ୍ୟା କରିବା ଖବର ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିିଥିଲା । ନିଜ ପ୍ରେମିକ ତଥା ଅଭିନେତା ସୁରଜ ପାଞ୍ଚୋଲିଙ୍କ ପାଇଁ ସେ ଆତ୍ମହତ୍ୟା କରିଥିଲେ ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା । ୨୦୧୩ରେ ସେ ଏଭଳି ପଦକ୍ଷେପ ନେଇଥିବା ବେଳେ ଏବେ ତାଙ୍କ ମୃତ୍ୟୁ ରହସ୍ୟକୁ ନେଇ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଥିବା ଜଣା ପଡ଼ିଛି ।

jiah khan
amarujala.com

ଏକ ବ୍ରିଟିଶ ଟେଲିଭିଜନ କମ୍ପାନୀ ଏହାକୁ ନିର୍ମାଣ କରିବ ବୋଲି ଜଣା ପଡ଼ିଥିବା ବେଳେ ୩ଭାଗରେ ଏହା ନିର୍ମାଣ ହେବ । ତେବେ ଜିଆଙ୍କ କାହାଣୀକୁ ପରଦାରେ ଦେଖିବାକୁ ଲୋକେ ଅନାଇ ବସିଥିବା ବେଳେ ଜିଆଙ୍କ ଭୂମିକାରେ କିଏ ନଜର ଆସିବେ, ତା’ ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

ସମ୍ବନ୍ଧିତ ଖବର