ବଞ୍ଚିଥିଲେ ଆଜି ୩୨ତମ ଜନ୍ମଦିନ ପାଳିଥାନ୍ତେ ଜିୟା ଖାନ୍‌, ମନେପକାଇ ଭାବବିହ୍ବଳ ହେଲେ ପ୍ରଶଂସକ ‌

ମୁମ୍ବାଇ: ଅଭିନେତ୍ରୀ ଜିୟା ଖାନ୍‌ଙ୍କ ମୃତ୍ୟୁକୁ ଅନେକ ବର୍ଷ ହୋଇ ଯାଇଥିଲେ ବି ଏବେ ମଧ୍ୟ ସେ ଦର୍ଶକଙ୍କ ମନରେ ବଞ୍ଚି ରହିଛନ୍ତି। ଯଦି ସେ ବଞ୍ଚି ଥାଆନ୍ତେ ଆଜି ୩୨ ବର୍ଷ ବୟସରେ ପାଦ ଦେଇଥାନ୍ତେ। ସେ ରାମ୍‌ ଗୋପାଳ ବର୍ମାଙ୍କ ଚଳଚ୍ଚିତ୍ର ‘ନିଶବ୍ଧ’ ଜରିଆରେ ମାତ୍ର ୧୮ ବର୍ଷ ବୟସରେ ଡେବ୍ୟୁ କରିଥିଲେ। ଜିୟାଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ରାତାରାତି ଲୋକପ୍ରିୟ ହୋଇଥିଲା।

ମାତ୍ର ତାଙ୍କ କପାଳରେ ବୋଧହୁଏ ବେଶି ଦିନ ବଞ୍ଚିବା ଲେଖା ନଥିଲା, ଅଭିନେତ୍ରୀ ଜିୟା ୨୦୧୩ ମସିହାରେ ଜୁନ୍‌ ୩ ତାରିଖରେ ମୁମ୍ବାଇର ଜୁହୁସ୍ଥିିତ ତାଙ୍କ ବାସଭବନରେ ମୃତ ଅବସ୍ଥାରେ ଉଦ୍ଧାର ହୋଇଥିଲେ।

ଆଜି (ଫେବ୍ରୁଆରି ୨୦) ତାଙ୍କ ଜନ୍ମ ଦିବସରେ ଜିୟାଙ୍କ ପ୍ରଶଂସକମାନେ ତାଙ୍କୁ ସୋସିଆଲ୍‌ ମିଡିଆରେ ମନେ ପକାଇ ଚାଲିଛନ୍ତି। ତାଙ୍କୁ ମନେ ପକାଇ ଅନେକ ଅନେକ ଭାବପ୍ରବଣ ପୋଷ୍ଟ୍‌ ସବୁ କରିଛନ୍ତି ଜିୟାଙ୍କ ପ୍ରଶଂସକ।

ଜଣେ ପ୍ରଶଂସକ ଲେଖିଛନ୍ତି, ‘ଜନ୍ମଦିନର ଶୁଭେଚ୍ଛା ଜିଆ। ଏ ପୃଥିବୀ ଖୁବ୍ କଠୋର। ତୁମେ ସ୍ବର୍ଗରେ ଖୁସିରେ ରୁହ।’ ସେହିପରି ଆଉ ଜଣେ ପ୍ରଶଂସକ ଲେଖିଛନ୍ତି, ‘ପରୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ଉପରେ ଖୁସିରେ ରୁହ।’

ସମ୍ବନ୍ଧିତ ଖବର