ସୁଟିଂ କରିବା ସତ୍ତ୍ବେ ରିଲିଜ୍ ହୋଇପାରିନାହିଁ ଅକ୍ଷୟ କୁମାରଙ୍କ ଏହି ୯ଟି ଫିଲ୍ମ

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ବର୍ତ୍ତମାନ ତାଙ୍କର ଫିଲ୍ମ ‘ସମ୍ରାଟ୍ ପୃଥ୍ବୀରାଜ’ ପାଇଁ ଚର୍ଚ୍ଚାରେ ଅଛନ୍ତି । ଚଳଚ୍ଚିତ୍ରକୁ ନେଇ ଲୋକଙ୍କ ଭିତରେ ବିଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । କେହି କେହି ଏହାକୁ ଏକ ବ୍ଲକବଷ୍ଟର ବୋଲି କହୁଥିବାବେଳେ ଆଉ କେହି ଏହାକୁ ଫ୍ଲପ୍ ଫିଲ୍ମ ବୋଲି କହୁଛନ୍ତି । ତେବେ ଅକ୍ଷୟଙ୍କ ଏହି ଫିଲ୍ମ ବକ୍ସ ଅଫିସରେ ସୁପରହିଟ୍ ହେବ ନା ଶେଷ ଦୁଇଟି ଚଳଚ୍ଚିତ୍ର ପରି ଫ୍ଲପ୍ ହେବ ତାହା ଆଗକୁ ଜଣାପଡ଼ିବ ? କହିବାକୁ ଗଲେ ଅକ୍ଷୟ କୁମାର ବଲିଉଡର ଏଭଳି ଜଣେ ଅଭିନେତା ଯାହାଙ୍କୁ ସବୁଠୁ ଅଧିକ ଫିଲ୍ମ ମିଳିଛି । ବର୍ତ୍ତମାନ, ଅକ୍ଷୟ କୁମାରଙ୍କ ଅନେକ ନୂଆ ଚଳଚ୍ଚିତ୍ର ରିଲିଜ୍ ଅପେକ୍ଷାରେ ଅଛି।

କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏପରି ଏକ ସମୟ ଥିଲା ଯେତେବେଳେ ଅକ୍ଷୟ ଫିଲ୍ମର ସୁଟିଂ ଶେଷ କରୁଥିଲେ, ହେଲେ ଫିଲ୍ମଟି ରିଲିଜ୍ ହୋଇପାରୁନଥିଲା। ଏପରି ଅନେକ ବଡ଼ ବଜେଟର ଚଳଚ୍ଚିତ୍ର ଅଛି ଯେଉଁଥିରେ ଅକ୍ଷୟ ମୁଖ୍ୟ ଭୂମିକାରେ ଥିଲେ ବି ଆଜି ପର୍ଯ୍ୟନ୍ତ ସେଗୁଡ଼ିକ ଥିଏଟରରେ ରିଲିଜ୍ ହୋଇପାରିନାହିଁ । ସେଗୁଡ଼ିକ ହେଲା, ଖିଲାଡି ଭ‌ର୍ସେସ୍ ଖିଲାଡି, ଚାନ୍ଦ୍ ଭାଇ, ପରିଣାମ୍, ଜିଗରବାଜ, ପୁରବ କି ଲୈଲା ପଶ୍ଚିମ୍ କା ଛୈଲା, ମୁଲାକାତ୍, ସାମନା, ରାହଗିର୍ ଓ ବ୍ଲୁ-୨।

ତେବେ ‘ସମ୍ରାଟ ପୃଥ୍ବୀରାଜ’ ପରେ ଏବେ ଅକ୍ଷୟ କୁମାରଙ୍କ ନିକଟରେ ଆହୁରି ପାଖାପାଖି ୧୨ଟି ଫିଲ୍ମ ରହିଛି। ରାମ ସେତୁ, ମିଶନ୍ ସିଣ୍ଡ୍ରେଲା, ଗୋର୍ଖା, ହେରା ଫେରି-୩, ଓ ମାଇଁ ଗଡ୍-୨, ରକ୍ଷାବନ୍ଧନ ଏବଂ ସେଲଫି ପରି ଅନେକ ଚଳଚ୍ଚିତ୍ରରେ ନଜର ଆସିବେ ଅକ୍ଷୟ । ଏହି ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରୁ ଅନେକ ବର୍ତ୍ତମାନ ରିଲିଜ୍ ଅପେକ୍ଷାରେ।

ସମ୍ବନ୍ଧିତ ଖବର