ନ୍ୟାସନାଲ ଆଓ୍ଵାର୍ଡର୍ ଜିତିବା ପରେ ମଧ୍ୟ ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳୁ ନ ଥିଲା କାମ ! ତାଙ୍କୁ ଏକଦା ଏପରି ପରିହାସ କରିଥିଲେ ଜିତେନ୍ଦ୍ର

ମୁମ୍ବାଇ : ବଲିଉଡ୍‌ ଅଭିନେତା ଜିତେନ୍ଦ୍ର ଏବଂ ଅଭିନେତା ମିଥୁନ ସାଥୀରେ ଅନେକ ଫିଲ୍ମ କରିଥିଲେ ମଧ୍ୟ ଏକଦା ମିଥୁନଙ୍କୁ ହିରୋ ବୋଲି ଭାବୁ ନ ଥିଲେ ଜିତେନ୍ଦ୍ର । ନ୍ୟାସ୍‌ନାଲ ଆଓ୍ଵାର୍ଡ଼ ଜିତି ମଧ୍ୟ ତାଙ୍କ କଳା ରଙ୍ଗ ପାଇଁ ତାଙ୍କୁ ମୁମ୍ବାଇରେ କାମ ମିଳୁ ନ ଥିଲା । ଅନେକ ଷ୍ଟୁଡ଼ିଓ ଯାଇ ସେ ଅଡ଼ିସନ ଦେଇଥିଲେ ମଧ୍ୟ କେହି ତାଙ୍କୁ ହିରୋ ହିସାବରେ ନେବା ପାଇଁ ରାଜି ହେଉ ନଥିଲେ । ବଙ୍ଗଳା ଫିଲ୍ମ ‘ମୃଗୟା’ ପାଇଁ ନ୍ୟାସ୍‌ନାଲ ଆଓ୍ଵାର୍ଡ଼ ଜିତିଥିବା ବେଳେ ବଲିଉଡ୍‌ରେ ତାଙ୍କୁ ସହଜରେ କାମ ମିଳିଯିବ ବୋଲି ମିଥୁନ ଭାବିଥିଲେ । କିନ୍ତୁ ତାହାର ଠିକ୍‌ ଓଲଟା ହୋଇଥିଲା । ଥରେ ସେ ନଟରାଜ ଷ୍ଟୁଡ଼ିଓ ଯାଇ ନିଜର ଫଟୋ ଦେବା ପରେ ତାଙ୍କ ଫଟୋକୁ ପସନ୍ଦ କରିଥିଲେ ପ୍ରଯୋଜକ ପ୍ରସାଦ ।

PunjabiGram.com

ଏହା ପରେ ଷ୍ଟୁଡ଼ିଓରେ ସୁଟିଂ କରୁଥିବା ଜିତେନ୍ଦ୍ରଙ୍କୁ ଡ଼ାକି ଏ ଯୁବକ ପଞ୍ଚିମବଙ୍ଗରୁ ଆସିଛି ଫିଲ୍ମ କରିବା ପାଇଁ ବୋଲି କହିଥିଲେ । ମିଥୁନ୍‌ଙ୍କ ଦେଖି ଜିତେନ୍ଦ୍ର ହସିବା ସହ ଇଏ ଯଦି ହିରୋ ହୋଇଯିବ ତେବେ ମୁଁ ଅଭିନୟ କରିବା ଛାଡ଼ିଦେବି ବୋଲି କହିଥିଲେ । ଯାହାକୁ ଶୁଣି ସେଠାରୁ ଚାଲି ଆସିଥିଲେ ମିଥୁନ । ପରେ ୧୯୮୨ରେ ରିଲିଜ୍‌ ହୋଇଥିବା ତାଙ୍କ ଫିଲ୍ମ ‘ଡିସ୍କୋ ଡ଼୍ୟାନ୍‌ସର’ରୁ ତାଙ୍କ ଭାଗ୍ୟ ଖୋଲି ଯାଇଥିଲା । ସେ ସମୟରେ ଜିତେନ୍ଦ୍ର ନିଜ ନାଚ ପାଇଁ ଜଣା ଯାଉଥିବା ବେଳେ ତାଙ୍କୁ କଡ଼ା ଟକ୍କର ଦେଇଥିଲେ ମିଥୁନ । ପରେ ୧୯୮୬ରେ ଦୁହିଁଙ୍କୁ ଫିଲ୍ମ ‘ଐସା ପ୍ୟାର କାହାଁ’, ‘ଜାଲ’ ଏବଂ ‘ସ୍ୱର୍ଗ ସେ ସୁନ୍ଦର’ ଭଳି ଫିଲ୍ମରେ ଏକାଠି ଅଭିନୟ କରିଥିଲେ।

ସମ୍ବନ୍ଧିତ ଖବର