ମୁମ୍ବାଇ: ଜଣେ ନାୟିକା ବଲିଉଡରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସାନ ଭଉଣୀ ଭୂମିକା ନିଭାଇ ଚର୍ଚ୍ଚାକୁ ଆସିଥିଲେ। ସେ ହେଲେ ଜିବିଧା ଶର୍ମା। ହଁ ଜିବିଧା ସୋ’ମ୍ୟାନ୍ ସୁଭାଷ ଘାଇଙ୍କ ସୁପରହିଟ୍ ଫିଲ୍ମ ‘ତାଲ୍’ରେ ଐଶ୍ୱର୍ଯ୍ୟାଙ୍କ ସାନ ଭଉଣୀ ଭୂମିକାରେ ଅଭିନୟ କରିଥିଲେ।
ନାୟିକାଭାବେ ଜିବିଧା ଶର୍ମାଙ୍କୁ ବ୍ରେକ୍ ଦେଇଥିଲେ ପ୍ରଖ୍ୟାତ୍ ନିର୍ଦ୍ଦେଶକ କୁକୁ କୋହଲୀ। ଜିବିଧାଙ୍କ ଅଭିନୀତ ଏହି ଫିଲ୍ମ ଥିଲା ‘ୟେ ଦିଲ୍ ଆଶିକାନା’।ଏହି ଫିଲ୍ମ ବ୍ଲକ୍ବଷ୍ଟର ହିଟ୍ ହୋଇଥିଲା।ସେଥିରେ ଜିବିଧା ଖୁବ୍ ଭଲ ଅଭିନୟ କରିଥିଲେ। ହେଲେ ତା‘ପେର ତାଙ୍କୁ କୌଣସି ହିନ୍ଦୀ ସିନେମାରେ ଅଫର୍ ମିଳିନଥିଲା।
ଏହାପରେ ଜିବିଧା ତେଲୁଗୁ ସିନେମା‘ଯୁବାରତ୍ନା’ରେ କାମ କରିଥିଲେ। ତା‘ପରେ ସେ ‘ମିନି ପଂଜାବୀ’ ଟାଇଟଲ୍ରେ ନିର୍ମିତ ଏକ ହିନ୍ଦୀ ସିନେମା ଜରିଆରେ ପଂଜାବୀ ଫିଲ୍ମ ଡେବ୍ୟୁ କରିଥିଲେ। ପରେ ପରେ ଜିବିଧାଙ୍କୁ ୟାର୍ ଅନମୁଲେ,ଦିଲ୍ ଲେ ଗଇ କୁଡି ପଂଜାବ୍ ଦି, ଲାୟନ୍ ଅଫ୍ ପଂଜାବ୍ ଓ ଦିଲ୍ ସାଡା ଲୁଟିୟା ଗୟା ଆଦି ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିଥିଲା। ଏହାଛଡ଼ା ଜିବିଧା ଟିଭି ସିରିଏଲ୍ ‘ତୁମ୍ ବିନ୍ ଜାଉଁ କାହାଁ’,‘ଜମିଁସେ ଆଶ୍ମାଁ’ରେ ବି ଅଭିନୟ କରିଥିଲେ।
ତେବେ ଗତ ପାଞ୍ଚବର୍ଷ ହେବ ଜିବଧାଙ୍କୁ କୌଣସି ସିନେମା କି ସିରିଏଲ୍ରେ ଦେଖିବାକୁ ମିଳି ନାହିଁ। ତେବେ ମିଡିଆ ରିପୋର୍ଟ ଅନୁଯାୟୀ ଜିବିଧା ନିଜର ସୁଖୀ ଦାଂପତ୍ୟ ଜୀବନକୁ ନେଇ ବ୍ୟସ୍ତ ଅଛନ୍ତି। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବା ମଧ୍ୟ କୁହାଯାଉଛି।