ଜୋ ଡରଗୟା ଓହ ମରଗୟା

‘ଗବର ସିଂହ ୟେ କେହଗୟା, ଜୋ ଡରଗୟା ଓହ ମରଗୟା।’ ଏହାକୁ ଆଉ ଥରେ ଦୋହରାଇଛନ୍ତି ଓଲିଉଡ୍‌ର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର।

କରୋନା ଆସିଛି ଆଉ ଏହା କେବେ ବି ଆମକୁ ଛାଡ଼ିକି ଯିବନି। କରୋନାକୁ ନେଇ ଆମେ ନିଜେ ଡରିବା ନାହିଁ କି କାହାକୁ ଡରେଇବା ନାହିଁ। ଆମେ କାଢ଼ା ଓ ଲେମ୍ବୁପାଣି ପିଇବା ଏବଂ ପ୍ରତିଦିନ ବ୍ୟାୟାମ କରିବା। ଆମେ ଆମ ପାରିପାର୍ଶ୍ବିକ ପରିସ୍ଥିତିକୁ ଏକ ସକାରାତ୍ମକ ବାଟରେ ନେବା। ଆମେ ହସିବା, ଅନ୍ୟକୁ ହସେଇବା ଓ ଲୋକଙ୍କ ମନରେ ସାହସ ଦେବା। ଆମ ଆଖପାଖର ଲୋକଙ୍କ ମନକୁ ହାଲକା କରିବା। ଏଥିରେ ମିଡିଆ ଭାଇମାନଙ୍କର ମଧ୍ୟ ଭୂମିକା ରହୁଛି। ସେମାନେ କିଏ ରୋଗରେ ପଡ଼ିଲା ଓ ମରିଗଲା, ସେଠି ସାରା ପରିବାର କରୋନା ଆକ୍ରାନ୍ତ ହେଇଗଲେ, ଅନେକ ମରିଗଲେ, ଏଠି କାନ୍ଦବୋବାଳି ପଡ଼ିଛି, ସେଭଳି ଖବର ବେଶି ପ୍ରଚାର କରୁଛନ୍ତି। କରୋନାରେ ଆକ୍ରାନ୍ତ ହେଇ ମଧ୍ୟ ବହୁତ ଲୋକ ଭଲ ହେଉଛନ୍ତି, ସେଥିପାଇଁ ମୁଁ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ଏବଂ ପୁଲିସ ଭାଇଭଉଣୀମାନଙ୍କୁ ସାଲ୍ୟୁଟ୍ କରୁଛି। କରୋନା ମହାମାରୀର ଦ୍ୱିତୀୟ ଲହର ଲୋକଙ୍କ ମନରେ ଭ୍ରାନ୍ତ ଭାବନା ସୃଷ୍ଟି କରିଛି। ଏବେ ତ ଭାକ୍ସିନ୍ ସବୁଠି ଉପଲବ୍‌ଧ ହେଲାଣି। ବୟସ୍କ ଲୋକଙ୍କ ବ୍ୟତୀତ ଯୁବବର୍ଗ ଓ ଶିଶୁମାନଙ୍କ ପାଇଁ ଆମ ଭାରତରେ ଭାକ୍ସିନ୍ ପ୍ରସ୍ତୁତ ହେଲାଣି। ମଡିଆ ପ୍ଲାନର୍ ପକ୍ଷରୁ ଆରମ୍ଭ ହେଇଥିବା ‘ମିସନ୍ ସଂଜୀବନୀ’ ଅଭିଯାନରେ ଅଭିଜିତ ସାମିଲ ହେଇ ଏମିତି ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧିତ ଖବର