ମୋତେ କେବଳ ଅଭିନେତାମାନଙ୍କ ବିପକ୍ଷରେ ପ୍ରେମ କାହାଣୀର ଅଫର ଆସୁଛି, ଏବେ ମୁଁ ଅଭିନେତ୍ରୀମାନଙ୍କ ସହ କରିବାକୁ ଚାହେଁ : ଜନ୍‌ ଆବ୍ରାହମ୍‌

ମୁମ୍ବାଇ: ନିଜର ଆଗାମୀ ଫିଲ୍ମ ‘ରୋମିଓ ଆକ୍‌ବର ଓ୍ଵାଲଟର’ର ପ୍ରମୋସନ ସମୟରେ ଅଭିନେତା ଜନ୍‌ ଆବ୍ରାହମ୍‌ ଯେଉଁ ଖୁଲାସା କରିଛନ୍ତି, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରେମ କାହାଣୀଧର୍ମୀ ସିନେମାରେ ତାଙ୍କୁ ସବୁ ବେଳେ ଅଭିନେତାଙ୍କ ସହ କାମ କରିବାକୁ ଦିଆ ଯାଉଥିବାରୁ ସେ ନିରାଶ ହେବା ସହ ଆଗକୁ ତାଙ୍କୁ ଜଣେ ଅଭିନେତ୍ରୀଙ୍କ ସହ ପ୍ରେମ କାହାଣୀ ଥିବା ଫିଲ୍ମ ଅଫର କରାଯାଉ ବୋଲି କହିଛନ୍ତି ଜନ୍‌ ।

Mid-Day

ଏକ ସାକ୍ଷାତକାରରେ ସେ କହିଛନ୍ତି, ମୁଁ ଅକ୍ଷୟଙ୍କ ବିପକ୍ଷରେ ‘ଗରମ ମସାଲା’ କରିଥିଲି, ଅଭିଷେକଙ୍କ ବିପକ୍ଷରେ ‘ଦୋସ୍ତାନା’ ଏବଂ ବରୁଣଙ୍କ ବିପକ୍ଷରେ ‘ଢ଼ିସୁମ’ । ଏବେ ମୋତେ ଅଭିନେତ୍ରୀଙ୍କ ବିପକ୍ଷରେ କାମ କରିବାର ଅଛି ବୋଲି କହିଛନ୍ତି ଜନ୍‌ । ତାଙ୍କର ଏଭଳି ମନ୍ତବ୍ୟ ଉପସ୍ଥିତ ଲୋକଙ୍କୁ ହସାଇଥିଲା ।

ସମ୍ବନ୍ଧିତ ଖବର