ମୁମ୍ବାଇ: ବଲିଉଡ୍ର ଜଣାଶୁଣା ନାୟିକା ବିଦ୍ୟା ବାଲାନ ଥରେ ସୁଟିଂ ସମୟରେ ଅଣାୟତ୍ତ ହୋଇଥିଲେ ବୋଲ କୁହାଯାଏ। ହଁ , ସେ ବଲିଉଡ ହିରୋ ଜନ ଆବ୍ରାହମ୍ଙ୍କ ସହିତ ଏକ ଅନ୍ତରଙ୍ଗ ଦୃଶ୍ୟରେ ସଟ୍ ଦେବା ବେଳେ ନିଜ ଉପରୁ ନିୟନ୍ତ୍ରଣ ହରାଇଥିଲେ ବୋଲି ଚର୍ଚ୍ଚା ହୁଏ। ଜନଙ୍କ ବିପକ୍ଷରେ ବିଦ୍ୟା ମଲ୍ଟି ଷ୍ଟାରର ଫିଲ୍ମ ‘ସଲାମ୍-ଏ-ଇଶ୍କ’ରେ ନଜର ଆସିଥିଲେ।
କୁହାଯାଏ ଯେ,‘ସଲାମ୍-ଏ-ଇଶ୍କ’ଫିଲ୍ମର ସୁଟିଂ ସମୟରେ ବିଦ୍ୟା ବାଲାନ୍ ଓ ଜନ୍ ଆବ୍ରାହମ୍ଙ୍କର ଏପରି ଅବସ୍ଥା ହୋଇଥିଲା। କୁହାଯାଏ ଯେ ଏହି ଫିଲ୍ମର ସୁଟିଂ ସମୟରେ ଆଫେଆର୍ ଆରମ୍ଭ ହୋଇଥିଲା। ଏହାକୁ ମିନି ଆଫେଆର୍ ବୋଲି ବି ସେତେବେଳେ କୁହାଯାଇଥିଲା।ସେତେବେଳକୁ ଜନ୍ ଆବ୍ରାହମ୍ ଓ ବିପାସା ବସୁଙ୍କ ମଧ୍ୟରେ ପୂର୍ବ ପ୍ରେମସଂପର୍କ ନଥାଏ। ଉଭୟଙ୍କର ବ୍ରେକ୍ ଅପ୍ ହୋଇଥାଏ। ଏଣୁ ସେତେବେଳେ ଜନ୍ ନୂଆ ଗର୍ଲଫ୍ରେଣ୍ଡ ସନ୍ଧାନରେ ଥାଆନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
photo-youtube
ବିଦ୍ୟା ବାଲାନ୍ଙ୍କୁ ସେହି ସ୍ଥାନ ଦେବା ଲାଗି ଚାହୁଁଥିଲେ ଜନ୍ ଆବ୍ରାହମ୍ । କିନ୍ତୁ ବିଦ୍ୟାଙ୍କ ସହ ଜନଙ୍କର ପ୍ରେମସଂପର୍କ ବେଶି ଦିନ ରହି ନଥିଲା।