ସେ ମୋ ଗଳା ଚିପିଥିଲେ, ତାଙ୍କ ସହ ଥିଲେ ମୁଁ ଏବେ ଯାଏ ନଥାନ୍ତି: ସ୍ବାମୀଙ୍କ ବିଷୟରେ କହିଲେ ଅମ୍ବର

ନୂଆଦିଲ୍ଲୀ: ହଲିଉଡ୍‌ ଷ୍ଟାର୍‌ ଦମ୍ପତି ଜନି ଦିପ୍‌ ଓ ଅମ୍ବର ହର୍ଡଙ୍କ ମାନହାନୀ ମାମଲା ଅଦାଲତରେ ବିଚାରଧୀନ ରହିଛି। ଅମ୍ବର ହର୍ଡ ସ୍ବାମୀ ଜନିଙ୍କ ବିରୋଧରେ ଅଭିଯୋଗ ଆଣି ସେ ତାଙ୍କୁ ଶାରୀରିକ ନିର୍ଯାତନା ଦେଉଥିବା କଥା ନିକଟରେ କହିଥିଲେ।

ଅମ୍ବର ଗତକାଲି ଅଦାଲତରେ କାନ୍ଦ କାନ୍ଦ କଣ୍ଠସ୍ବରରେ କହିିଛନ୍ତି କି ଯଦି ସେ ଏବେ ପର୍ଯ୍ୟନ୍ତ ଜନି ଦିପ୍‌ଙ୍କ ସହ ଥାଆନ୍ତେ ହୁଏତ ସେ ଜୀବିତ ନଥାନ୍ତେ। ସେ ଆହୁରି ବି କହିଛନ୍ତି କି, ‘ମୁଁ ତାଙ୍କୁ ଖୁବ୍‌ ଭଲପାଉଥିଲି। ସଂପର୍କ ଭାଙ୍ଗିଯିବ ବୋଲି ଭାବି ମୁଁ ଖୁବ୍‌ ଭୟଭୀତ ଥିଲି। ସଂପର୍କ ଭାଙ୍ଗିବା ବିଷୟରେ ଚିନ୍ତା କରିବା ମୋ ପାଇଁ ସବୁଠାରୁ କଠିନ ସମୟ ଥିଲା। ଛାଡ଼ପତ୍ର ଆବେଦନ ପୂର୍ବରୁ ମୁଁ ମୋ ସଂପର୍କକୁ ସଜାଡ଼ିବାକୁ ଖୁବ୍‌ ପରିଶ୍ରମ କରି ମଧ୍ୟ ବିଫଳ ହୋଇଛି। ବାସ୍ତବରେ ମୁଁ ତାଙ୍କଠାରୁ ଅଲଗା ହେବାକୁ ଚାହୁଁନଥିଲି।’

ସେ ଆହୁରି ବି କହିଛନ୍ତି କି ବେଶି ଦିନ ତାଙ୍କ ସହ ରହିଥିଲେ ଜନି ତାଙ୍କୁ ମାରି ଦେଇଥାନ୍ତେ। ସେ ଅଦାଲତରେ ନିଜର ପକ୍ଷ ରଖିବା ବେଳେ କହିଛନ୍ତି କି ଜନି ତାଙ୍କ ହନୁମୁନ୍‌ ରାତିରେ ବି ତାଙ୍କ ଉପରେ ଆକ୍ରମଣ କରିଥିଲେ। ଏପରିକି ଜନି ଦିପ୍‌ ଥରେ ତାଙ୍କ ଗଳା ଚିପିଥିଲେ ବୋଲି ମଧ୍ୟ ସେ କହିଛନ୍ତି।

 

ସମ୍ବନ୍ଧିତ ଖବର