ଭୁବନେଶ୍ୱର: ଓଲିଉଡର ଜଣେ ଖ୍ୟାତନାମା ଅଭିନେତା-ନିର୍ଦ୍ଦେଶକଙ୍କୁ ଦର୍ଶକ କେବେ ବି ଭୁଲି ପାରିବେ ନାହିଁ । ସେ ପରଦା ଉପରେ ଯେମିତ ଦମଦାର୍ ଖଳନାୟିକୀ ଦେଖାଇଥିଲେ ଠିକ୍ ସେମିତି ପରଦା ପଛରେ ରହି ଅନେକ ହିଟ୍ ଫିଲ୍ମର ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ । ଏବେ ଆପଣମାନେ ଜାଣିସାରିବେଣି ଯେ ଏହି ସିନେ ବ୍ୟକ୍ତିତ୍ୱ ଜଣକ ହେଲେ ହର ପଟ୍ଟନାୟକ । ସେ ଶିଶିର ମିଶ୍ରଙ୍କ ନିର୍ଦ୍ଦେଶିତ ‘ସୁନାସଂସାର’ରୁ ସିନେ ଜଗତରେ ପ୍ରବେଶ କରିଥିଲେ । ତେବେ ତାଙ୍କ ନିର୍ଦ୍ଦେଶିତ ପ୍ରଥମ ସିନେମା ଥିଲା ‘ଦଇବ ଦଉଡ଼ି’ । ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନଥିଲେ । ଠିକ୍ ସେହିପରି ରାଜୁ ମିଶ୍ରଙ୍କ ନିର୍ଦ୍ଦେଶିତ ‘ଜୋର ଯାର ମୁଲକ ତାର’ ରେ ଚମକପ୍ରଦ ଅଭିନୟ କରିବା ପରେ ଓଲିଉଡରେ ଜଣେ ନାମୀ ଖଳନାୟକ ବନିଥିଲେ ହର ପଟ୍ଟନାୟକ । ‘ଦଇବ ଦଉଡ଼ି’ରୁ ଆରମ୍ଭ କରି ‘ଓମ୍ ସାଇ ରାମ୍’ଯାଏଁ ସେ ଯେତେସବୁ ସିନେମା ର ନିର୍ଦ୍ଦେଶନା ଦେଇଥିଲେ ସେଥିରେ ସେ ଅଭିନୟ କରିଥିଲେ । ଅବଶ୍ୟ ଖଳନାୟକ ସାଜି ଛନ୍ତି ସେ ବଡ଼ ପରଦାରେ।
/sambad/media/post_attachments/wp-content/uploads/2017/11/Hara-Patnaik_6.jpg)
ହେଲେ ଆପଣ ଜାଣନ୍ତି କି ହର ପଟ୍ଟନାୟକ ନିଜ ନିର୍ଦ୍ଦେଶିତ ଗୋଟିଏ ଛବିରେ ଅଭିନୟ କରି ନଥିଲେ। ଏହା ହେଲା ପ୍ରଖ୍ୟାତ ପ୍ରଯୋଜକ ବସନ୍ତ ନାୟକଙ୍କ ‘ଯଶୋଦା’। ଶୁଣିବାକୁ ମିଳେ ଯେ ଏହି ସିନେମାର କାହାଣୀ ଯେଉଁ ଦକ୍ଷିଣ ଭାରତୀୟ ସିନେମାରୁ ଅଣାଯାଇଥିଲା ସେଥିରେ ଏଭଳି ଖଳନାୟକ ଚରିତ୍ର ନଥିଲା ଯେପରି ‘ଯଶୋଦା’ରେ ଦେଖିବାକୁ ମିଳିଥିଲା।ଏହି ସିନେମାରେ ଯଲିଉଡର ନାମୀ ଖଳନାୟକ ମହେନ୍ଦ୍ର ଦାଶ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ। ସେ ସମୟରେ ଭିକୁ ସେଠଭାବେ ଖୁବ୍ ଲୋକପ୍ରିୟ ହୋଇଥାନ୍ତି ମହେନ୍ଦ୍ର ଦାଶ। ତାଙ୍କୁ ସିନେମାରେ ନିଆଗଲେ ଭଲ ହେବ ବୋଲି କୁଆଡେ ପ୍ରଯୋଜକଙ୍କୁ ପରାମର୍ଶ ଦେଇଥିଲେ ନିର୍ଦ୍ଦେଶକ ହର ପଟ୍ଟନାୟକ । ଆଗରୁ ନୂଆ କଳାକାରଙ୍କୁ ସୁଯୋଗ ଦେଇ ଆସୁଥିବା ବସନ୍ତ ନାୟକ ଏ କଥାରେ ବି ରାଜି ହେଲେ । ଏଣୁ ଯଲିଉଡର ନାମୀ ଖଳନାୟକ ମହେନ୍ଦ୍ର ଦାଶ ଖଳନାୟକ ଭୂମିକାରେ ନିଆଯାଇଥିଲା। ଏହି କାରଣରୁ ନିଜେ ହରଖଳନାୟକ ଭୂମିକାରେ ଅଭିନୟ କରି ନଥିଲେ। ତାଙ୍କ ପାଇଁ ଅନ୍ୟ କିଛି ଭୂମିକା ନଥିବା ହେତୁ ଏଥିରେ ସେ କେବଳ ପରଦା ପଛରେ ରହିଲେ ।
‘ଯଶୋଦା’ର ଅନ୍ୟ ମୁଖ୍ୟ କଳାକାରମାନେ ହେଲେ ସିଦ୍ଧାନ୍ତ,ରଚନା,ସୂରଜ କୁମାର, ସ୍ମିତା ମହାନ୍ତି, ସ୍ୱରୂପ ନାୟକ,ଅଶ୍ରୁମୋଚନ ,ଉତ୍ତମ ମହାନ୍ତି ଏବଂ ଅପରାଜିତା। କିନ୍ତୁ ମହେନ୍ଦ୍ର ଦାଶ ଯେଉଁଭଳି କମାଲ୍ ଦେଖାଇବେ ବୋଲି ଆଶା କରାଯାଉଥିଲା ତାହା ହୋଇ ପାରି ନଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/Mahendra-Das_Jatra.jpg)