ହାଇଦ୍ରାବାଦ: ସାଉଥ ସିନେମାର ସୁପରଷ୍ଟାର ହେଉଛନ୍ତି ଜୁନିୟର ଏନଟିଆର। ସେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସୁପରଷ୍ଟାର ଏନଟି ରାମା ରାଓଙ୍କ ପୁଅ। ଜୁନିୟର ଏନଟିଆର ବର୍ତ୍ତମାନ ଫିଲ୍ମ ଆରଆରଆର ପାଇଁ ଜଣେ ପ୍ୟାନ୍ ଇଣ୍ଡିଆ ତାରକା ହୋଇପାରିଛନ୍ତି। ତେବେ ଆଜି ଫିଲ୍ମରୁ କୋଟି କୋଟି ଟଙ୍କା ଆୟ କରୁଥିବା ଜୁନିୟର ଏନଟିଆର ନିଜ ବିବାହରେ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି। ତାଙ୍କ ବିବାହ ହେଉଛି ସବୁଠାରୁ ମହଙ୍ଗା ସେଲିବ୍ରିଟି ବିବାହ ମଧ୍ୟରୁ ଗୋଟିଏ।

Advertisment

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେ ତାଙ୍କ ବିବାହରେ ୧୦୦କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ପ୍ରାୟ ୧୫୦୦୦ ଲୋକ ଏହି ବିଶେଷ ବିବାହରେ ଯୋଗ ଦେଇଥିଲେ। ୧୫୦୦୦ମଧ୍ୟରୁ ୩୦୦୦ସେଲିବ୍ରିଟି ଥିବା ବେଳେ ୧୨ହଜାର ପ୍ରଶଂସକ ଥିଲେ ବୋଲି ଜଣାପଡ଼ିଛି। କୁହାଯାଉଛି ଯେ, ବିବାହର ସର୍ବୋତ୍ତମ ସାଜସଜ୍ଜା ପାଇଁ ବହୁତ ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏହି ବିବାହରେ କେବଳ ବିବାହ ମଣ୍ଡପ ପାଇଁ ୧୮କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି।

ଜୁନିୟର ଏନଟିଆରଙ୍କ ପତ୍ନୀ ଲକ୍ଷ୍ମୀଙ୍କ ଶାଢ଼ିର ମୂଲ୍ୟ ପ୍ରାୟ ୧କୋଟି ଟଙ୍କା ଥିଲା ବୋଲି କୁହାଯାଉଛି। ତେବେ ବିବାହ ପରେ ଲକ୍ଷ୍ମୀ ପିନ୍ଧିଥିବା ଶାଢ଼ିକୁ ଦାନ କରିଥିଲେ‌ ବୋଲି ଜଣାଯାଇଛି। ତେବେ ଲକ୍ଷ୍ମୀଙ୍କୁ ବିବାହ କରିବା ଜୁନିୟର ଏନଟିଆରଙ୍କ ପାଇଁ ସହଜ ନଥିଲା।ଲକ୍ଷ୍ମୀଙ୍କୁ ୧୭ବର୍ଷ ହୋଇଥିବା ବେଳେ ଜୁନିୟର ଏନଟିଆର ତାଙ୍କୁ ବିବାହ କରିବାକୁ ଚାହିଥିଲେ। ଏନେଇ ବିବାଦ ହେବାରୁ ଜୁନିୟର ଏନଟିଆରଙ୍କୁ ବର୍ଷେ ଅପେକ୍ଷା କରିବାକୁ ପଡ଼ିଥିଲା। ଏହା ପରେ ଦୁହେଁ ବିବାହ କରିଥିଲେ।