ମୁମ୍ବାଇ: ସାଉଥ ସୁପରଷ୍ଟାର ଜୁନିଅର ଏନଟିଆର ଏବେ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଦେବରା’ ପାଇଁ ଚର୍ଚ୍ଚାରେ ଅଛନ୍ତି। ପ୍ରଥମେ ଏହି ଚଳଚ୍ଚିତ୍ରର ଟିଜର ଓ ଟ୍ରେଲର ରିଲିଜ ହୋଇଥିଲା, ଯାହା ପରେ ଚଳଚ୍ଚିତ୍ରର ରିଲିଜକୁ ନେଇ ପ୍ରଶଂସକମାନଙ୍କ ଉତ୍ସାହ ବଢ଼ିଥିଲା। ଦର୍ଶକଙ୍କ ଉତ୍ସାହ ବଢ଼ାଇ ଦେଇଥିବା ଟିଜର ଓ ଟ୍ରେଲରରେ ଉତ୍କୃଷ୍ଟ ଭିଏଫଏକ୍ସ ଦେଖିବାକୁ ମିଳିଥିଲେ ବି ଫିଲ୍ମଟି ରିଲିଜ୍ ପରେ ଭଲ ବ୍ୟବସାୟ କରିପାରିନଥିବା ଜଣାଯାଇଛି। ଫିଲ୍ମଠାରୁ ଯେତିକି ଆଶା କରାଯାଉଥିଲା ସେତିକି ଭଲ ହୋଇନଥିବା କଥା କହୁଛନ୍ତି ଦର୍ଶକ।
ଏବେ ଦର୍ଶକଙ୍କ ଏହି ପ୍ରତିକ୍ରିୟାକୁ ନେଇ ଜୁନିୟର ଏନଟିଆର ନିଜର ପ୍ରତିକ୍ରିୟା ଦେଇଛନ୍ତି। ଫିଲ୍ମର ବିଫଳତା ପାଇଁ ସେ ଦର୍ଶକଙ୍କୁ ଦାୟୀ କରିଛନ୍ତି। ତାଙ୍କ କହିବା ମୁତାବକ, “ଆମେ, ଦର୍ଶକ ଭାବରେ, ଆଜିକାଲି ବହୁତ ନକାରାତ୍ମକ ହୋଇଗଲାଣୁ | ଆମେ ଏକ ଚଳଚ୍ଚିତ୍ରକୁ ଉପଭୋଗ ନକରି ଏହାକୁ ସମାଲୋଚନା କରିବା ପାଇଁ ପ୍ରସ୍ତୁତ ରହୁଛୁ। ମୁଁ ଭାବୁଛି କାହିଁକି ଆମେ ଆଉ ପୂର୍ବଭଳି ନିରୀହ ହୋଇପାରୁ ନାହୁଁ? ଆଜି ପ୍ରତ୍ୟେକ ଚଳଚ୍ଚିତ୍ର ଆସିଲେ ଆମେ ଏହାକୁ ଉପଭୋଗ କରିବା ପରିବର୍ତ୍ତେ ବିଶ୍ଳେଷଣ କରୁଛୁ। ବୋଧହୁଏ ସିନେମା ଦେଖିବା ଏବେ ଅତି ସହଜ ହୋଇଯାଇଥିବାରୁ ଆମେ ଏଭଳି ହୋଇଯାଇଛୁ। ”
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/bJKthNYgVGA5JXWt8Ucv.jpg)