ହାଇଦ୍ରାବାଦ: ପ୍ରଥମ ଦିନରେ ରେକର୍ଡ ସୃଷ୍ଟି କଲା ସାଉଥ୍ ସୁପରଷ୍ଟାର ରାମଚରଣ, ଜୁନିୟର ଏନ.ଟି.ଆର୍, ବଲିଉଡ ସୁପରଷ୍ଟାର ଅଜୟ ଦେବଗନ, ଆଲିଆ ଭଟ୍ଟଙ୍କ ଅଭିନୀତ ‘ଆରଆରଆର୍’। ‘ଆରଆରଆର୍’ ବକ୍ସ ଅଫିସର ଅନେକ ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଥିବା ବେଳେ ଫିଲ୍ମଟି ଭାରତରେ ଗୋଟେ ଦିନରେ ୧୮କୋଟି ଟଙ୍କା ଆୟ କରିଥିବା ଜଣାପଡ଼ିଛି। ଏହା ସହ ବିଶ୍ବ ସ୍ତରରେ ଫିଲ୍ମଟି ୨୫୭.୧୫କୋଟି ଟଙ୍କା ଆୟ କରିଛି। ରିଲିଜ୍ ଦିନ ଏତେ କୋଟି ଟଙ୍କା ଆୟ କରିବାରେ ପ୍ରଥମ ଫିଲ୍ମ ବନିଛି ଆରଆରଆର।
ଏସ୍.ଏସ୍. ରାଜାମୌଲିଙ୍କ ‘ଆରଆରଆର୍’କୁ ଦର୍ଶକମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ। କିଛି ଥର ରିଲିଜ୍ ତାରିଖ ଘୁଞ୍ଚିବା ପରେ ଶେଷରେ ୨୫ ମାର୍ଚ୍ଚରେ ଚଳଚ୍ଚିତ୍ରକୁ ରିଲିଜ୍ କରାଯାଇଛି। ପ୍ରଥମ ଦିନରେ ହିଁ ଦେଶର ବହୁ ସିନେମା ଘରେ ଆଡଭାନ୍ସଡ ବୁକିଂ ହାଉସଫୁଲ୍ ହୋଇଥିଲା। ଏହା ମଧ୍ୟ ଖବର ମିଳିଥିଲା ଯେ, ଚଳଚ୍ଚିତ୍ରଟି ଏଚ.ଡି.ରେ ଲିକ୍ ହୋଇଛି। କେତେକ ବେଆଇନ୍ ଓ୍ୱେବସାଇଟରେ ‘ଆରଆରଆର୍’ ଉପଲବ୍ଧ ହେଉଛି। ଏହା ଦ୍ଵାରା ଚଳଚ୍ଚିତ୍ରର ଆୟ ଉପରେ ପ୍ରଭାବ ପଡିପାରେ। ହେଲେ ଏବେ ସେଭଳି ହେଉଥିବା ଦେଖାଯାଉନାହିଁ। ଫିଲ୍ମଟି ଭଲ ବ୍ୟବସାୟ କରିବାରେ ଲାଗିଛି।
#RRRMovie creates HISTORY at the WW Box Office.
AP/TS - ₹ 120.19 cr
KA - ₹ 16.48 cr
TN - ₹ 12.73 cr
KL - ₹ 4.36 cr
ROI - ₹ 25.14 cr
OS - ₹ 78.25 crTotal - ₹ 257.15 cr
FIRST ever Indian movie to achieve this HUMONGOUS figure on the opening day.
— Manobala Vijayabalan (@ManobalaV) March 26, 2022
ପ୍ରାୟ ୫୫୦ କୋଟି ଟଙ୍କାରେ ତିଆରି ହୋଇଥିବା ‘ଆରଆରଆର୍’ ୨୦୨୨ ର ସବୁଠୁ ଚର୍ଚ୍ଚିତ ଓ ବ୍ୟୟବହୁଳ ଚଳଚ୍ଚିତ୍ର। ତେଣୁ ଦର୍ଶକମାନେ ସିନେମା ଘରେ ହିଁ ‘ଆରଆରଆର୍’କୁ ଦେଖନ୍ତୁ ବୋଲି ‘ଆରଆରଆର୍’ର ନିର୍ମାତା କହିଛନ୍ତି।