ଦିୟା ମିର୍ଜାଙ୍କ ପରେ ଭାଙ୍ଗିଲା ଆଉ ଏକ ବିବାହ, ପରସ୍ପର ଠାରୁ ଅଲଗା ହେଲେ ‘ଜଜ୍‌ମେଣ୍ଟାଲ ହେ କ୍ୟା’ର ଲେଖିକା-ନିର୍ଦ୍ଦେଶକ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଦିୟା ମିର୍ଜା ଓ ତାଙ୍କ ସ୍ୱାମୀ ସାହିଲ ସାଙ୍ଘା ପରସ୍ପରଠାରୁ ଅଲଗା ହେବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଏବେ ଆଉ ଜଣେ ସେଲିବ୍ରିଟି ଦମ୍ପତ୍ତି ପରସ୍ପରଠାରୁ ଅଲଗା ହୋଇଥିବା ଜଣା ପଡ଼ିଛି । କିଛି ଦିନ ତଳେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଜଜ୍‌ମେଣ୍ଟାଲ ହେ କ୍ୟା’ର ଲେଖିକା କନିକା ଢ଼ିଲ୍ଲୋନ ଓ ଜଜ୍‌ମେଣ୍ଟାଲ ହେ କ୍ୟାର ନିର୍ଦ୍ଦେଶକ ପ୍ରକାଶ କୋଭେଲମୁଡି ପରସ୍ପରଠାରୁ ଅଲଗା ହୋଇ ଯାଇଥିବା ଜଣା ପଡ଼ିଛି । ଏ ନେଇ ସ୍ପଟ୍‌ବଏ ସହ କଥା ହୋଇ ସ୍ପଷ୍ଟ କରିଛନ୍ତି ପ୍ରକାଶ ।

ତେବେ ଦୁହେଁ ଅଲଗା ହେବାର ନିଷ୍ପତ୍ତି ହଠାତ ନିଆଯାଇ ନାହିଁ । ଦୁହେଁ ଏ ନେଇ ୨ବର୍ଷ ପୂର୍ବେ ନିଷ୍ପତ୍ତି ନେଇ ସାରିଥିଲେ ବୋଲି ଜଣା ପଡ଼ିଛି । ଯାହା ପରେ ପରେ ଫିଲ୍ମ ‘ଜଜ୍‌ମେଣ୍ଟାଲ ହେ କ୍ୟା’ର ସୁଟିଂ ଆରମ୍ଭ ହୋଇ ଯାଇଥିଲା । ଫିଲ୍ମ ରିଲିଜ୍‌ ପରେ ଏବେ ଦୁହେଁ ଅଲଗା ହେଉଛନ୍ତି । କିନ୍ତୁ ଆଗକୁ ଦୁହେଁ ସାଥୀରେ ପୂର୍ବ ଭଳି କାମ କରିବେ । ପୂର୍ବ ଭଳି ଦୁହେଁ ଭଲ ବନ୍ଧୁ ରହିବା ସହ ପରସ୍ପର ପ୍ରତି ସମ୍ମାନ ରହିବ ବୋଲି କହିଛନ୍ତି କନିକା ।

ସମ୍ବନ୍ଧିତ ଖବର