ଫିଲ୍ମ ‘ଜଜ୍‌ମେଣ୍ଟାଲ ହେ କ୍ୟା’ର ଲେଖିକାଙ୍କୁ ଅଶାଳୀନ କମେଣ୍ଟ ମାରି ଅଡୁଆରେ କେଆର୍‌କେ, ମିଳିଲା ମୁହଁବନ୍ଦ କଲା ଭଳି ଜବାବ

ମୁମ୍ବାଇ : ସବୁବେଳେ ନିଜ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଅଭିନେତା କମାଲା ଆର୍‌ ଖାନ୍‌ । କିଛି ଦିନ ତଳେ ବଲିଉଡ୍‌ର କିଛି କଳାକାରଙ୍କ ଶରୀରର ଗଠନକୁ ନେଇ ତାଙ୍କୁ କମେଣ୍ଟ କରିଥିଲେ । ସେମାନଙ୍କୁ ନେଇ ଟ୍ରକ୍‌ ଫିଲ୍ମ କରିବେ ବୋଲି କହିଥିବା ବେଳେ ଏବେ ପୁଣି ସେ ଲେଖିକା କନିକା ଧିଲୋନଙ୍କୁ ନେଇ ବିବାଦୀୟ କଥା ଲେଖିଛନ୍ତି ।

aajtak.intoday.in

ଫିଲ୍ମ ‘ଜଜ୍‌ମେଣ୍ଟାଲ ହେ କ୍ୟା’ ଦେଖି ମୁଁ ସବୁବେଳେ ଭାବୁଥିଲି କି କନିକାଙ୍କ ଭଳି ସୁନ୍ଦର ଝିଅ ନିଜ ଫିଲ୍ମରେ ଶାରୀରିକ ସଂପର୍କକୁ ନେଇ କ’ଣ ପାଇଁ ଅଧିକ ଆଲୋଚନା କରନ୍ତି । ମୁଁ କେବଳ ତାଙ୍କର ସୁନ୍ଦର ଫଟୋ ଦେଖିଥିଲି । କିନ୍ତୁ ତାଙ୍କୁ ବ୍ୟକ୍ତିଗତ ଭାବେ ଦେଖିବା ପରେ ମୁଁ ମୋ ଉତ୍ତର ପାଇ ଯାଇଥିଲି । ସେ ଫିଲ୍ମ ଜରିଆରେ ନିଜ ବିରକ୍ତିଭାବକୁ ପ୍ରକାଶ କରୁଛନ୍ତି । ତାଙ୍କ ପାଖରେ ଏ ବିଷୟରେ କଥା ହେବା ପାଇଁ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ଟୁଇଟ୍‌ କରିଥିଲେ କେଆର୍‌କେ ।

ତାଙ୍କର ଏଭଳି ଟୁଇଟ୍‌ ଦେଖି ଜବାବରେ, କମାଲ ଲୋକଙ୍କୁ ପରିହାସ କରିବା ସହ ମହିଳାଙ୍କୁ ଅଶାଳୀନ କମେଣ୍ଟ କରିି ଅସମ୍ମାନିତ କରିଥାଏ । ଆମେ ତାକୁ ଉଚିତ ଜବାବ ନ ଦେଉଥିବାରୁ, ତା’ର ସାହାସ ବଢ଼ିବା ସହ ସେ ସମସ୍ତଙ୍କୁ ନେଇ ଆପତ୍ତିଜନକ କମେଣ୍ଟ କରିବାକୁ ସାହାସ କରୁଛି । ହଁ, ମୁଁ ଜଣେ ମହିଳା । ମୁଁ ନିଜକୁ ତିଆରି କରିଛି । ମୁଁ ସୁନ୍ଦର ଓ ମୋର ସ୍ୱର ଉତ୍ତୋଳନ କରିବାର ସାହସ ଅଛି । ଆଶା କରୁଛି ତୁମେ ଦିନେ ପୁରୁଷ ହୋଇ ଏ ସବୁକୁ ସାମ୍ନା କରିବାକୁ ସକ୍ଷମ ହେବ । ଖୁବ୍‌ ଶୀଘ୍ର ସୁସ୍ଥ ହୁଅ ବୋଲି ଲେଖିଥିଲେ କନିକା ।

ସମ୍ବନ୍ଧିତ ଖବର