୨୦୦ କୋଟି ଛୁଇଁଲା ‘ଜୁଡଓ୍ଵା-୨’

ବଲିଉଡର ହାର୍ଟଥ୍ରୋବ୍‌ ବରୁଣ ଧଓ୍ଵନଙ୍କ ଲାଟେଷ୍ଟ ସିନେମା ‘ଜୁଡଓ୍ଵା-୨’ବକ୍ସ ଅଫିସରେ ହଙ୍ଗାମା କରୁଛି। ଏହା ମାତ୍ର ୨୧ ଦିନରେ ୨୦୦ କୋଟି ଛୁଇଁଛି ବୋଲି ବକ୍ସ ଅଫିସ ଇଣ୍ଡିଆ ସୂତ୍ରରୁ ଜଣାଯାଇଛି। ଏହାର ବିଶ୍ୱସ୍ତରୀୟ କଲେକସନ୍‌ ଏବେ ୨୦୫ କୋଟି ବୋଲି କୁହାଯାଉଛି। ଏଠାରେ ସୂଚନାଯୋଗ୍ୟ ଯେ ଏହି ସୁପରହିଟ୍‌ କମେଡିରେ ବରୁଣ ଧଓ୍ଵନଙ୍କ ସହ ଦୁଇଜଣ ନାୟିକା ଜାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଏବଂ ତାପସୀ ପାନୁ ଅଛନ୍ତି ନାୟିକା ଭୂମିକାରେ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଖ୍ୟାତ କମେଡି ମେକର୍‌ ଡେଭିଡ ଧଓ୍ଵନ୍‌।

photo-rediff.com

‘ଜୁଡଓ୍ଵା-୨’ ହେଉଛି ୧୯୯୬ର ସୁପରହିଟ୍‌ କମେଡି‘ଜୁଡଓ୍ଵା’ର ରିମେକ୍‌।‘ଜୁଡଓ୍ଵା’ର ମୁଖ୍ୟ କଳାକାର ଥିଲେ ସଲମାନ୍‌ ଖାନ୍‌ ,କରିସ୍ମା କପୁର ଏବଂ ରମ୍ଭା। ‘ଜୁଡଓ୍ଵା-୨’ ବରୁଣ ଧଓ୍ଵନଙ୍କ ସବୁଠୁ ବଡ଼ ବ୍ଲକ୍‌ବଷ୍ଟର ସିନେମା ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର