ହୀରାର ହାର ଏବଂ ଦାମୀ ପୋଷାକ ପିନ୍ଧି ମଧ୍ୟ ଖାଲି ପାଦରେ କାନ୍ ଫିଲ୍ମ ଫେଷ୍ଟିଭାଲରେ ପହଞ୍ଚିଥିଲେ ଅଭିନେତ୍ରୀ, ପରେ ସାମ୍ନାକୁ ଆସିଥିଲା କାରଣ

ନୂଆଦିଲ୍ଲୀ : ହଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଜୁଲିଆ ରବର୍ଟସ୍‌ ୨୦୧୬ରେ ଯେଉଁ ଅବତାରରେ କାନ୍ ଫିଲ୍ମ ଫେଷ୍ଟିଭାଲରେ ପହଞ୍ଚିଥିଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ହୀରାର ହାର ସହ କଳା ରଙ୍ଗର ଦାମୀ ଗାଉନ ପିନ୍ଧି ଜୁଲିଆ ରେଡ୍‌ କାର୍ପେଟରେ ପହଞ୍ଚିଥିବା ବେଳେ ପାଦରେ କିଛି ପିନ୍ଧି ନ ଥିବା ଦେଖା ଯାଇଥିଲା । ଜୁଲିଆଙ୍କୁ ଖାଲି ପାଦରେ ଦେଖି କିଛି ଲୋକ ଏହାକୁ ନୂଆ ଟ୍ରେଣ୍ଡ ବୋଲି ଭାବିଥିଲେ । କିନ୍ତୁ ପରେ ଅସଲ କାରଣ ସାମ୍ନାକୁ ଆସିଥିଲା ।

news.yahoo.com

ସୂଚନା ମୁତାବକ, ୨୦୧୫ରେ ନିଜ ଫିଲ୍ମ ‘କୈରେଲ’ର ସ୍କ୍ରିନିଙ୍ଗ ପାଇଁ ୫୦ଜଣ ଯୁବତୀ ଆସି କାନରେ ପହଞ୍ଚିଥିଲେ । କିନ୍ତୁ ସେମାନେ ହାଇ ହିଲ୍‌ସ ପିନ୍ଧି ନଥିବାରୁ ସେମାନଙ୍କୁ ଭିତରକୁ ଯିବା ପାଇଁ ଅନୁମତି ମିଳି ନ ଥିଲା । ଅନେକ ଅନୁରୋଧ ପରେ ମଧ୍ୟ ସେମାନଙ୍କୁ ଭିତରକୁ ଛଡ଼ା ଯାଇ ନଥିଲା । ଏ ବିଷୟରେ ପରେ ଜୁଲିଆ ଶୁଣିବା ପରେ ଏଭଳି ପ୍ରଥାକୁ ବିରୋଧ କରି ୨୦୧୬ରେ ସେ ଖାଲି ପାଦରେ କାନ୍ ଯିବା ପାଇଁ ଚିନ୍ତା କରିଥିଲେ ।

ସମ୍ବନ୍ଧିତ ଖବର