ଜାଣନ୍ତୁ ଆଜିର ଦିନ କାହିଁକି ବିଗ୍‌ ବିଙ୍କ ପାଇଁ ସ୍ୱତନ୍ତ୍ର, କ’ଣ ହୋଇଥିଲା ଜୁନ୍‌ ୮ରେ?

ମୁମ୍ବାଇ: ଭାରତୀୟ ସିନେ ଜଗତର ସେହେନ୍ସା ବା ବାଦ୍‌ଶାହା ବୋଲାଉଥିବା ବିଗ୍‌ ବି ଅଭିତାଭ ବଚ୍ଚନ ଜୁନ୍‌ ୮ ତାରିଖକୁ ନିଜ ଜୀବନର ଖୁବ୍‌ ସ୍ୱତନ୍ତ୍ର ଦିନ ବୋଲି କହିଛନ୍ତି। ଏହି ଦିନ ପତ୍ନୀ ଜୟା, ପୁତ୍ର ଅମିତାଭ, ଝିଅ ଶ୍ୱେତା, ବଧୂ ଐଶ୍ୱର୍ଯ୍ୟା, ଦୁଇ ନାତୁଣୀ ନବ୍ୟା, ଆରାଧ୍ୟ କିମ୍ବା ସ୍ୱୟଂ ଅମିତାଭ କାହାରି ବି ଜନ୍ମ ଦିନ ନୁହେଁ। ତେବେ ଏବେ ପ୍ରଶ୍ନ ଉଠୁଛି କାହିଁକି ଅମିତାଭଙ୍କ ପାଇଁ ଏହି ଦିନଟି ସ୍ୱତନ୍ତ୍ର?

ଏହି ଦିନ ଅମିତାଭ ଅଭିନୟ କରିଥିବା ଚଳଚ୍ଚିତ୍ର ‘ମିଷ୍ଟର୍‌ ନଟବର୍‌ଲାଲ୍‌’ ମୁକ୍ତିଲାଭ କରିଥିଲା। ଆଜକୁ ଠିକ୍‌ ୩୯ ବର୍ଷ ତଳେ ଏହି ଫିଲ୍ମଟି ରିଲିଜ୍‌ ହୋଇଥିଲା। ଏହି ଚଳଚ୍ଚିତ୍ରଟିକୁ ଅମିତାଭଙ୍କ ଜୀବନର ଏକ ମନେ ରଖିବା ପରି ଚଳଚ୍ଚିତ୍ର ବୋଲି କୁହାଯାଉଛି। ଏହି ଚଳଚ୍ଚିତ୍ର ପରେ ପରେ ହିଁ ବିଗ୍‌ ବିଙ୍କ ଜୀବନରେ ଗୁଡ଼ାଏ ପରିବର୍ତ୍ତନ ଆସିିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଚଳଚ୍ଚିତ୍ର ପରେ ହିଁ ବିଗ୍‌ ବି ପିଲାମାନଙ୍କ ଦୃଷ୍ଟିରେ ବି ପରିଚୟ ହାସଲ କରିପାରିଥିଲେ। ଚଳଚ୍ଚିତ୍ରର ଏକ ଲୋକପ୍ରିୟ ଗୀତ ହେଉଛି ‘ମେରେ ପାସ୍‌ ଆଓ ମେରେ ଦୋସ୍ତ, ଏକ କିସା ସୁନୋ’। ଏହି ଗୀତ ଜରିଆରେ ହିଁ ବିଗ୍‌ ବି ଏକ କଣ୍ଠଶିଳ୍ପୀ ଭାବେ ଡେବ୍ୟୁ କରିଥିଲେ।

‘ମିଷ୍ଟର ନଟବର୍‌ଲାଲ୍‌’ରେ ପୂରା ୫ଟି ଗୀତ ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଚଳଚ୍ଚିତ୍ରର ନାୟିକା ଥିଲେ ରେଖା। ସୂଚନା ମୁତାବିକ ବିଗ୍‌ ବି ଏବଂ ରେଖାଙ୍କ ମଧ୍ୟରେ ଏହି ଚଳଚ୍ଚିତ୍ରରୁ ହିଁ ସଂପର୍କ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର