ମୁମ୍ବାଇ: ଖବର ପାଲଟିବା ପାଇଁ ଅଭିନେତ୍ରୀ ଉର୍ଫି ଜାଭେଦଙ୍କୁ କୌଣସି କାରଣର ଆବଶ୍ୟକତା ନାହିଁ। ତାଙ୍କ ଷ୍ଟାଇଲ୍, ଅତ୍ୟାଧୁନିକ ପୋଷାକ ଓ ରୋକଠୋକ୍ ଜବାବ ତାଙ୍କୁ ସବୁବେଳେ ଗଣମାଧ୍ୟମରେ ଜଣେ ଚର୍ଚ୍ଚିତ ଚେହେରା ସଜେଇ ଆସିଛି। ନିକଟରେ ଉର୍ଫି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି।
ଚର୍ଚ୍ଚାର କାରଣ ସେ ପିନ୍ଧିଥିବା ପୋଷାକ ସଙ୍ଗକୁ ‘ପଠାନ୍’ ଚଳଚ୍ଚିତ୍ରର ‘ବସେରମ୍ ରଙ୍ଗ’ ଗୀତ। ଭିଡିଓରେ ଦେଖିବାକୁ ମିଳିଛି ଯେ ଉର୍ଫି ଗେରୁଆ ରଂଗର ଏକ କଟ୍-ଆଉଟ୍ ଟପ୍ ପରିଧାନ କରି ‘ବେସରମ ରଙ୍ଗ’ ଗୀତରେ ରାମ୍ପ୍ କରୁଛନ୍ତି। ଗେରୁଆ ପୋଷାକ ସାଙ୍ଗକୁ ଉର୍ଫି ଗେରୁଆ ରଂଗର ସ୍ୟାଣ୍ଡେଲ୍ ବି ପିନ୍ଧିଥିବାର ଭିଡିଓରେ ଦେଖିବାକୁ ମିଳିଛି।
View this post on Instagram
ଆପଣ ଜାଣିଥିବେ ନିଶ୍ଚୟ ଯେ ୨୦୨୨ ମସିହା ଡିସେମ୍ବର ୧୨ ତାରିଖରେ ସୁପର୍ଷ୍ଟାର୍ ଶାହାରୁଖ୍ ଖାନ୍ ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅଭିନୀତ ଚଳଚ୍ଚିତ୍ର ‘ପଠାନ୍’ର ‘ବେସରମ୍ ରଙ୍ଗ୍’ ଗୀତ ରିଲିଜ୍ ହୋଇଯାଇଛି। ଗୀତଟିରେ ଅଭିନେତ୍ରୀ ଦୀପିକା ଗେରୁଆ ରଂଗର ବିକିନି ପରିଧାନ କରିଥିବାରୁ ରିଲିଜ୍ ହେବା ପରେ ଏହା ବିବାଦରେ ରହିଛି।
ଦୀପିକା ଗେରୁଆ ରଂଗର ବିକିନି ପିନ୍ଧି ବିବାଦକୁ ଆସିଥିବା ବେଳେ ଉର୍ଫି ଜାଣି ଜାଣି ସେହି ରଂଗର ପୋଷାକ ପିନ୍ଧି ଲୋକଙ୍କ ଧ୍ୟାନ ନିଜ ଆଡ଼କୁ ଟାଣିବାକୁ ଚେଷ୍ଟା କରୁଥିବା ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ଅଭିଯୋଗ ଆଣିଛନ୍ତି।
ଉର୍ଫିଙ୍କ ଏହି ଭିଡିଓ ଭାଇରାଲ୍ ହେବା ପରେ ତାଙ୍କୁ ସମାଲୋଚକମାନେ ସମାଲୋଚନା କରିବା ଆରମ୍ଭ କରି ଦେଇଛନ୍ତି।