ଓଲିଉଡର ଜଣାଶୁଣା ନାୟକ ଜ୍ୟୋତିଙ୍କସହ ଖୁବ୍ ଶୀଘ୍ର ଦୁଇଜଣ ନାୟିକାଙ୍କ ସହ ନଜର ଆସିବେ। ଅବଶ୍ୟ ଦୁଇଟି ଭିନ୍ନ ଭିନ୍ନ ସିନେମାରେ। ହଁ ଏହି ଦୁଇ ଯୋଡ଼ିଙ୍କୁ ଖୁବ ଶୀଘ୍ର ପରଦାରେ ଦେଖିବାକୁ ମିଳିବ। ଏଥିମଧ୍ୟରୁ ଗୋଟିଏ ଯୋଡ଼ି ହେଲେ ଜ୍ୟୋତି-ଅନୁଭା। ଏହି ଯୋଡ଼ି ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ‘ସାଥୀ ତୁ ଫେରିଆ’ରେ ପ୍ରଥମ ଥର ପାଇଁ ନଜର ଆସିବେ। ନିହାର ସାମଲ –ବିନି ସାମଲ ଏହାର ପ୍ରଯୋଜନା କରିଛନ୍ତି। ଏହାର ସଂଳାପ ଲେଖିଛନ୍ତି ଚିନ୍ମୟ ଦାସ ପଟ୍ଟନାୟକ। ଏଥିରେ ମହାଶ୍ୱେତା ,ପିଙ୍କି ପ୍ରଧାନ ଏବଂ ଶ୍ରୀତମ୍ ଦାସ ପ୍ରମୁଖ ବି ଅଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ।
/sambad/media/post_attachments/wp-content/uploads/2018/07/Jyoti-Elsa-300x202.jpg)
ଠିକ୍ ସେହିପରି ଜ୍ୟୋତିଙ୍କ ବିପକ୍ଷରେ ପ୍ରଥମଥର ପାଇଁ ନଜର ଆସିବେ ବଙ୍ଗୀୟ ନାୟିକା ଏଲ୍ସା ଏକ ସିନେମାରେ। ଏହି ସିନେମାର ଟାଇଟଲ୍ ହେଲା‘ତୁ ମୋ’ ସୁନା ଚଢ଼େଇ’। ଦିଲୀପ ପଣ୍ଡାଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଜ୍ୟୋତି-ଏଲ୍ସାଙ୍କ ଯୋଡ଼ି ଅଛନ୍ତି। ଏଲସା ଆଗରୁ ଭୈରବ ଏବଂ ‘ଦୀପୁ ଦ ଡ୍ୟାନସ୍ ବୟରେ ନଜର ଆସିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/Jyoti-Anubha.jpg)