ସନ୍ନି ଲିଓନିଙ୍କୁ ନମ୍ବର ମାଗିବା ଖବର ଜାଣି କଡ଼ା ପ୍ରତିକ୍ରିୟା ରଖିଲେ କବୀର ବେଦୀ, ଟୁଇଟ୍ କରି ଜଣାଇଲେ ପ୍ରକୃତ ଘଟଣା

ମୁମ୍ବାଇ: କିଛି ଦିନ ତଳେ ଦିଗ୍ଗଜ ଅଭିନେତା କବୀର ବେଦୀଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଥିଲା। ଡବୁ ରତନାନୀଙ୍କ ଏକ ଇଭେଣ୍ଟରେ ସେ ଅଭିନେତ୍ରୀ ସନ୍ନି ଲିଓନିଙ୍କୁ ତାଙ୍କ ଫୋନ ନମ୍ବର ମାଗିଥିଲେ ଏବଂ ସନ୍ନି ତାଙ୍କ ପରିବର୍ତ୍ତେ ତାଙ୍କ ସ୍ବାମୀଙ୍କ ନମ୍ବର ଦେଇଥିଲେ ବୋଲି ଚର୍ଚ୍ଚା ହୋଇଥିଲା। ଏବେ ଏହି ଖବରକୁ ନେଇ କବୀର ବେଦୀ ଟୁଇଟ୍ କରି ପ୍ରକୃତ ଘଟଣା ଜଣାଇଛନ୍ତିି।

ଟୁଇଟରେ ଲେଖାଯାଇଛି କି, ସନ୍ନି ଲିଓନିଙ୍କୁ ମୁଁ ତାଙ୍କ ଫୋନ ନମ୍ବର ମାଗିଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି, ସେଥିରେ କୌଣସି ସତ୍ୟତା ନାହିଁ। ଏଭଳି ଖବର ମୋର ସମ୍ମାନହାନୀ କରିଛି। ଡବୁ ରତନାନୀଙ୍କ ଇଭେଣ୍ଟରେ ମୁଁ ତାଙ୍କୁ ନୁହେଁ ବରଂ ତାଙ୍କ ସ୍ବାମୀ ଡାନିଏଲଙ୍କୁ ତାଙ୍କ ନମ୍ବର ମାଗିଥିଲି। ସେ ମୋ ଫୋନ ନେଇ ତାଙ୍କ ନମ୍ବର ଡାଏଲ କରି ଦେଇଥିଲେ। ସ୍ପଟବଏକୁ ଏହି ମିଛ ଖବର ତୁରନ୍ତ ହଟାଇଦେବା ଦରକାର।

सनी लियोन के पति ने कही ये बात
oneindia.com

କବୀର ବେଦୀଙ୍କ ଏଭଳି ଟୁଇଟର ଜବାବ ରଖି ସନ୍ନିଙ୍କ ସ୍ବାମୀ ଡାନିଏଲ୍ ଲେଖିଛନ୍ତି, କବୀର ବେଦୀ ମୋ ନମ୍ବର କ’ଣ ପାଇଁ ନେଇ ପାରିବେ ନାହିଁ? ତାଙ୍କ ପାଖରେ ସନ୍ନିଙ୍କ ନମ୍ବର ବହୁତ ପୂର୍ବରୁ ରହିଛି। ଦୁହେଁ ପରସ୍ପରକୁ ବହୁ ପୂର୍ବରୁ ଜାଣିଛନ୍ତି। କିଛି ନ ଜାଣି ଆପଣଙ୍କୁ ଏଭଳି ଖବର ଛାପିବାର ନଥିଲା।

ସମ୍ବନ୍ଧିତ ଖବର