ଜାରି ରହିଛି କବିର ସିଂର ବିଜନେସ, ଫରକ ପକାଉନି ଲାୟନ କିଙ୍ଗ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଶାହିଦ କପୁର ଓ କିଆରା ଆଡ଼ଭାନୀଙ୍କ ଫିଲ୍ମ କବିର ସିଂ ନିଜ ରିଲିଜର ପ୍ରଥମ ଦିନରୁ ହିଁ ବକ୍ସ ଅଫିସରେ ଭଲ ବ୍ୟବସାୟ କରିବାରେ ସଫଳ ହୋଇଛି | ଏ ଯାଏଁ ଫିଲ୍ମଟି ୨୬୭ କୋଟି ଟଙ୍କା ଆୟ କରିସାରିଲାଣି | ତେବେ ଯଦି ଏଭଳି ବ୍ୟବସାୟ ଲାଗି ରହେ ତେବେ ୩୦୦ କୋଟିକୁ ଟପିଯିବ ବୋଲି ସିନେ ସମୀକ୍ଷକ କହିଛନ୍ତି |

ଏହି ଫିଲ୍ମ ସହ ଆଉ ଦୁଇଟି ଫିଲ୍ମ ମଧ୍ୟ ରିଲିଜ ହୋଇଥିଲା | କିଛିଦିନ ତଳେ ହୃତିକ ରୋଶନଙ୍କ ଫିଲ୍ମ ସୁପର ୩୦ ରିଲିଜ ହୋଇଥିଲା | ସେହିପରି ଦି ଲାୟନ କିଙ୍ଗ ମଧ୍ୟ ରିଲିଜ ହୋଇଛି | ଏହି ଦୁଇଟି ଫିଲ୍ମ ମଧ୍ୟ ବକ୍ସ ଅଫିସରେ ବ୍ୟବସାୟ କରୁଛନ୍ତି | କିନ୍ତୁ କବିର ସିଂ ମଧ୍ୟ ଏହି ଦୁଇଟି ଫିଲ୍ମ ତୁଳନାରେ ବି କମ ବ୍ୟବସାୟ କରୁନାହିଁ |

photo–aajtak

ସିନେ ସମୀକ୍ଷକ ତରଣ ଆଦର୍ଶ କହିଛନ୍ତି ଯେ ସୁପର ୩୦ ବର୍ତ୍ତମାନ ସୁଦ୍ଧା ୮୮.୯୦ କୋଟି ଟଙ୍କା ଆୟ କରିଥିବାବେଳେ ଲାୟନ କିଙ୍ଗ ୩୦ କୋଟି ଟଙ୍କା ଆୟ କରିସାରିଲାଣି | ଏଠାରେ ସୂଚନା ଥାଉ କି କବିର ସିଂକୁ ସନ୍ଦୀପ ବାଗା ରେଡ୍ଡୀ ନିର୍ଦ୍ଦେଶନା ଦେଇଛନ୍ତି |

ସମ୍ବନ୍ଧିତ ଖବର