୫ଦିନରେ ୧୦୦କୋଟି : ଶାହିଦ୍‌ଙ୍କ କ୍ୟାରିୟରର ବଡ଼ ସଫଳତା ପାଲଟିଲା ଫିଲ୍ମ ‘କବୀର ସିଂହ’

ମୁମ୍ବାଇ : ବଲିଉଡ୍‌ ଅଭିନେତା ଶାହିଦ୍‌ କପୁରଙ୍କ ଫିଲ୍ମ ‘କବୀର ସିଂହ’ ଏବେ ବକ୍ସ ଅଫିସରେ ଧମାଲ ମଚାଇବା ଆରମ୍ଭ କରିଛି । ରିଲିଜ୍‌ ହେବା ପରଠାରୁ ହିଁ ଦର୍ଶକ ଫିଲ୍ମକୁ ଭଲ ପାଇବା ଦେବା ଆରମ୍ଭ କରିଥିବା ବେଳେ ୫ଦିନ ମଧ୍ୟରେ ଫିଲ୍ମଟି ୧୦୦କୋଟି କ୍ଲବ୍‌ରେ ସାମିଲ ହୋଇଛି । ଏହା ଶାହିଦ୍‌ଙ୍କ କ୍ୟାରିୟରର ସବୁଠାରୁ ବଡ଼ ଫିଲ୍ମ ବୋଲି କୁହାଯାଉଛି । ଯାହା ଏତେ କମ ଦିନରେ ଏତେ କୋଟି ଟଙ୍କା ଆୟ କରି ପାରିଛି । ଫିଲ୍ମର କାହାଣୀକୁ ନେଇ ବିବାଦ ଦେଖାଯିବା ସତ୍ତ୍ୱେ ମଧ୍ୟ ଫିଲ୍ମଟି ବକ୍ସ ଅଫିସରେ କମାଲ କରି ଚାଲିଛି ।

Scroll.in

ଟ୍ରେଡ୍‌ ଆନାଲିଷ୍ଟ ତରଣ ଆଦର୍ଶ ୫ମ ଦିନରେ ଫିଲ୍ମ କରିଥିବା ଆୟ ଟୁଇଟ୍‌ରରେ ସେୟାର କରିଛନ୍ତି । ଫିଲ୍ମଟି ମଙ୍ଗଳବାର ୧୬.୫୩କୋଟି ଟଙ୍କା ଆୟ କରିବା ପରେ ଫିଲ୍ମର ସର୍ବମୋଟ ଆୟ ୧୦୪.୬୦କୋଟିରେ ପହଞ୍ଚିଛି । ଏହା ସହ ତରଣ ଏହି ଫିଲ୍ମକୁ ବ୍ଲକ୍‌ବଷ୍ଟର ବୋଲି ଘୋଷଣା କରି ସାରିଛନ୍ତି । ଚଳିତ ବର୍ଷ ରିଲିଜ୍‌ ହୋଇଥିବା ଫିଲ୍ମ ଅଧିକ ସ୍କ୍ରିନ୍‌ରେ ରିଲିଜ୍‌ ହୋଇଥିବା ବେଳେ ଶାହିଦ୍‌ଙ୍କ ଫିଲ୍ମ ମାତ୍ର ୩୧୨୩ସ୍କ୍ରିନ୍‌ରେ ରିଲିଜ୍‌ ହୋଇଥିଲା । କିନ୍ତୁ ଏତେ କମ ସ୍କ୍ରିନ୍‌ରେ ରିଲିଜ୍‌ ହୋଇ ମଧ୍ୟ ଶାହିଦ୍‌ଙ୍କ ଫିଲ୍ମ ଭଲ ପ୍ରଦର୍ଶନ କରିବା ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର