ମୁମ୍ବାଇ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବା ପରେ ରାତାରାତି ଲୋକପ୍ରିୟ ହୋଇଥିବା କାଚା ବାଦାମ କଣ୍ଠଶିଳ୍ପୀ ଭୁବନ ବାଦ୍ୟକର ପୁଣିଥରେ ତାଙ୍କର ଏକ ନୂତନ ଗୀତକୁ ନେଇ ଚର୍ଚ୍ଚାରେ। ଏମଧ୍ୟରେ ତାଙ୍କର ଏକ ସାକ୍ଷାତକାରର ଭିଡିଓ ଭାଇରାଲ ହୋଇଛି। ଭୁବନ ଏହି ସାକ୍ଷାତକାରରେ କହିଛନ୍ତି ଯେ ଆଗକୁ ସେ ବାଦାମ ବିକ୍ରି କରିବେ ନାହିଁ। ସେ ନୂଆ ନୂଆ ଗୀତ ତିଆରି କରି ଲୋକଙ୍କର ମନୋରଞ୍ଜନ କରିବେ।
କିଛି ଦିନ ତଳେ ଭୁବନ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ସେ ଏକ କାର କିଣିଥିଲେ । ଆଉ ଏହି କାରକୁ ସେ ଚଲାଇବା ଶିଖୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ। ଏହା ପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି । ତାଙ୍କର ଏକ ନୂତନ ଗୀତ ମଧ୍ୟ ଆସୁଛି, ଯାହାକୁ ନେଇ ସେ ପୁଣି ଥରେ ମିଡିଆ ସାମ୍ନାକୁ ଆସିଛନ୍ତି।
ସେ କହିଛନ୍ତି ଯେ, ଏଭଳି ଜମା ନୁହେଁ ଯେ ମୁଁ ବାଦାମ ବିକ୍ରି କରିବାକୁ ଚାହୁଁ ନାହିଁ। ହେଲେ ବର୍ତ୍ତମାନ ମୋ ପାଖରେ ସମୟ ନାହିଁ। ମୋର ନିଜ ଜୀବନ ଅଛି, ମୋ ପାଖରେ କାର୍ ଅଛି। ଏହା ମୋ ଜୀବନର ସବୁଠାରୁ ବଡ ସତ୍ୟ, ଯାହା ମୁଁ ମୋ ଗୀତ ମାଧ୍ୟମରେ ଦେଖାଇବାକୁ ଚାହୁଁଛି। ଏତେ ସବୁ ମିଳିଥିବାରୁ ଭୁବନ୍ ନିଜକୁ ବହୁତ ଭାଗ୍ୟବାନ ମନେ କରୁଥିବା କହିଛନ୍ତି।
ଏହା ସହ ସେ କହିଛନ୍ତି ଯେ, ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି ଯେ ଲୋକମାନେ ମୋର ଗୀତ ଶୁଣିବାକୁ ଚାହାଁନ୍ତି। ସେହି ଭାଇରାଲ୍ ଭିଡିଓ ପରେ ମଧ୍ୟ ମୋ ସହ କାମ କରିବାକୁ ଚାହାଁନ୍ତି। ମୁଁ ଏବେ ନିଜକୁ ଜଣେ ସେଲିବ୍ରିଟି ଭାବରେ ବିବେଚନା କରୁଛି।