ମୁମ୍ବାଇ: ବଲିଉଡରେ ପ୍ରସିଦ୍ଧ ଅଭିନେତା ତଥା ସଂଳାପକାର କାଦର ଖାନଙ୍କ ପରଲୋକ ହୋଇଯାଇଛି । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିବା କାଦରଖାନଙ୍କ କାନାଡାର ଏକ ହସପିଟାଲରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ବର୍ଷ ବୟସ ହୋଇଥିଲା । କାଦରଙ୍କ ପୁଅ ସରଫରାଜ ଖାନ ତାଙ୍କ ମୃତ୍ୟୁ ହୋଇଥିବା କଥା ସ୍ପଷ୍ଟ କରିଛନ୍ତି । କାନାଡାରେ ତାଙ୍କର ଅନ୍ତିମ ସଂସ୍କାର ହେବ ବୋଲି ସୂଚନା ମିଳିଛି।

Advertisment

publive-image

କାଦରଖାନଙ୍କ ବିୟୋଗରେ ପୁରା ବଲିଉଡରେ ଶୋକର ଛାୟା ଖେଳିଯାଇଛି । ଅଭିନେତା, ଅଭିନେତ୍ରୀଙ୍କଠାରୁ ଆରମ୍ଭ କରି ନିର୍ଦ୍ଦେଶକ ଏବଂ  ପ୍ରଯୋଜକ  କାଦର ଖାନଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟୁଇଟ କରି କାଦର ଖାନଙ୍କ ଆତ୍ମାର ସଦଗତି କାମନା କରିଛନ୍ତି । ଅନେକ ବିଶିଷ୍ଟ ରାଜନେତା ମଧ୍ୟ ତାଙ୍କ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।publive-image

କାଦର ଖାନ ୩୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ । ସେ ଜଣେ ଭଲ ସଂଳାପକାର ବି ଥିଲେ । ଶନିବାରଦିନ ରାତିରେ କାଦର ଖାନଙ୍କ ପରଲୋକ ହୋଇଯାଇଛି ବୋଲି ଖବର ଆସିଥିଲେ ବି ଏହା ଗୁଜବ ବୋଲି ଜଣାପଡିଥିଲା । ତେବେ ଆଜି ତାଙ୍କର ପରଲୋକ ହୋଇଛି ବୋଲି ତାଙ୍କ ପୁଅ ସ୍ପଷ୍ଟ କରିଛନ୍ତି । ଶ୍ୱାସ-ପ୍ରଶ୍ୱାସ ନେବାରେ ସେ କଷ୍ଟ ଅନୁଭବ କରୁଥିଲେ । କାଦର ଖାନ ୮୦ ଓ ନବେ ଦଶକରେ ଅନେକ ହିଟ ଫିଲ୍ମରେ ଅଭିନୟ କରିଥିଲେ।