ନୂଆଦିଲ୍ଲୀ : ବଲିଉଡରେ ବହୁ ସୁପରଷ୍ଟାର ଓ ନବାଗତ କଳାକାର ଅଛନ୍ତି। କିନ୍ତୁ ଏମିତି ବି କିଛି କଳାକାର ଅଛନ୍ତି ଯେଉଁମାନେ ନିଜର ନିଖୁଣ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନରେ ଘର କରି ପାରିଛନ୍ତି। ଏମାନଙ୍କ ମଧ୍ୟରେ ସଂଞ୍ଜୟ ମିଶ୍ରା ହେଉଛନ୍ତି ଅନ୍ୟତମ। ସେ ନିଜର କଥା ଓ ଅଭିନୟ ଦ୍ୱାରା ଦର୍ଶକଙ୍କର ମନରେ ବସା ବାନ୍ଧିବା ବହୁ ଭଲ ଭାବେ ଜାଣିଛନ୍ତି। ସଂପ୍ରତି ରିଲିଜ ହୋଇଥିବା ହିନ୍ଦୀ ଛବି ‘କଡ଼ଓ୍ଵି ହାଓ୍ଵା’ର ଟ୍ରେଲରରେ ତାଙ୍କ ମନଜିଣା ଅଭିନୟର ଝଲକ ଦେଖିବାକୁ ମିଳିଛି।
ଆମେ ତାଙ୍କୁ ବିଭିନ୍ନ ପ୍ରକାରର ଚରିତ୍ରରେ ଆଗରୁ ଦେଖିସାରିଛି। ପ୍ରୟତଃ ସେ ଦର୍ଶକଙ୍କୁ ହସେଇବାର ହିଁ ପାରଙ୍ଗମ, କିନ୍ତୁ ‘କଡ଼ଓ୍ଵି ହାଓ୍ଵା’ ଫିଲ୍ମରେ ସେ ଜଳବାୟୁ ପରିବର୍ତ୍ତନ କେତେ ମାତ୍ରାରେ ଖରାପ ଓ ଏହା ଆମର ଭବିଷ୍ୟତ ପିଢି ପାଇଁ କେତେ ମାରାତ୍ମକ ତାହା ଦର୍ଶାଯାଇଛି।
ଏହାକୁ ଓଡ଼ିଆ ନିର୍ଦ୍ଦେଶକ ନୀଳମାଧବ ପଣ୍ଡା ନିର୍ଦ୍ଦେଶନା ଦେଇଥିବା ବେଳେ ଅନ୍ୟ ମୁଖ୍ୟ ଭୂମିକାରେ ତିଳୋତମା ସୋମେ, ରଣବୀର ସୋହରେ, ଭୁପେଶ ସିଂ ରହିଛନ୍ତି। ଫିଲ୍ମର ଟ୍ରେଲର ଆପଣମାନଙ୍କୁ ନିଶ୍ଚିତଭାବେ ପ୍ରଭାବିତ କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/kadvi_hawa.jpg)