କୈନାତ୍‌ ଅରୋରା ହେଉଛନ୍ତି ଦିବ୍ୟା ଭାରତୀଙ୍କ ଭଉଣୀ !

ମଡେଲିଂରୁ ବଲିଉଡରେ ଏଣ୍ଟ୍ରି ନେଇଥିବା ନାୟିକା କୈନାତ୍‌ ଅରୋରାଙ୍କୁ ଦର୍ଶକ ଶେଷ ଥର ପାଇଁ ୨୦୧୫ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ ଫରାର୍‌’ରେ ଦେଖିବାକୁ ପାଇଥିିଲେ । ୧୯୮୨ ମସିହା ଡିସେମ୍ବର ୨ ତାରିଖରେ ଜନ୍ମ ହୋଇଥିବା କାୟାନାତ୍‌ଙ୍କର ଅନ୍ୟ ଏକ ପରିଚୟ ହେଲା ଯେ ସେ ହେଉଛନ୍ତି ନବେ ଦଶକର ହଟ୍‌ ହିରୋଇନ୍‌ ଦିବ୍ୟା ଭାରତୀଙ୍କ ସମ୍ପର୍କୀୟା ଭଉଣୀ।
କୈନାତ୍‌ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଖଟ୍ଟା ମିଠା’ରେ ବଲିଉଡ ଡେବ୍ୟୁ କରିଥିଲେ । ସେ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫ୍ୟାସନ୍‌ ଟେକ୍‌ନୋଲୋଜିରୁ ଗ୍ରାଜୁଏସନ୍‌ କରିବା ପରେ କାଡବରି, ମାରୁତି ଓ ‘ ଲକ୍ସ’ ଭଳି ବ୍ରାଣ୍ଡ ପାଇଁ ମଡେଲିଂ କରିଥିଲେ । କୈନାତ୍‌ ୨୦୧୧ର ଫିଲ୍ମ ‘ ଗ୍ରାଣ୍ଡ ମସ୍ତି’ , ‘ ମନ୍‌ କଥା ’ ଓ ‘ ସିକ୍ରେଟ୍‌’ରେ ବି କାମ କରିଛନ୍ତି । ଖାଲି ସେତିକି ନୁହେଁ ତାଙ୍କୁ କେତୋଟି ତାମିଲ ଫିଲ୍ମରେ ବି ଦେଖିବାକୁ ପାଇଛନ୍ତି ଦର୍ଶକ ।

ସମ୍ବନ୍ଧିତ ଖବର