ନୂଆଦିଲ୍ଲୀ: ମା’ ହେବେ ଅଭିନେତ୍ରୀ କାଜଲ ଅଗ୍ରଓ୍ଵାଲ। ବିବାହ ପରେ ଏବେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ କାଜଲ ଅଗ୍ରଓ୍ଵାଲ ଗର୍ଭବତୀ ଥିବା ଜଣାପଡ଼ିଛି। ଶନିବାର ଦିନ ଲୋକପ୍ରିୟ ଅଭିନେତ୍ରୀ କାଜଲ ଅଗ୍ରଓ୍ଵାଲଙ୍କ ସ୍ଵାମୀ ଗୌତମ କିଚଲୁ ଦୁହିଁଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଅପଲୋଡ କରିବା ପରେ ଏହି ଖବର ସାମ୍ନାକୁ ଆସିଛି । ଏହି ସୋସିଆଲ ମିଡିଆ ପୋଷ୍ଟରେ ଗୌତମ କିଚଲୁ ସଙ୍କେତ ଦେଇଛନ୍ତି ଯେ କାଜଲ ମା’ ହେବାକୁ ଯାଉଛନ୍ତି ।

Advertisment

ଫଟୋ ସେୟାର କରି ଗୌତମ ଲେଖିଛନ୍ତି, ଅ‌ାମେ ୨୦୨୨ରେ ତୁମକୁ ଅପେକ୍ଷା କରିଛୁ, ଏହା ସହିତ ସେ ଗର୍ଭବତୀ ଇମୋଜି ମଧ୍ୟ ସେୟାର କରିଛନ୍ତି । ଏହି ଫଟୋରେ କାଜଲ ହଳଦିଆ ରଙ୍ଗର ପୋଷାକ ପିନ୍ଧିଛନ୍ତି ।

ଗୌତମଙ୍କ ପୂର୍ବରୁ ଶୁକ୍ରବାର ଦିନ କାଜଲ ଅଗ୍ରଓ୍ଵାଲ ଗୌତମଙ୍କ ସହ ଉଠାଇଥିବା ଏକ ଫଟୋ ସେୟାର କରିଥିଲେ, ‌ଯେଉଁଥିରେ ତାଙ୍କ 'ବେବି ବମ୍ପ' ସ୍ପଷ୍ଟ ଭାବେ ଦେଖାଯାଇଥିଲା। ଏହି ଫଟୋରେ କାଜଲ ସବୁଜ ରଙ୍ଗର ଗାଉନ ଏବଂ ଗୌତମ ଜିନ୍ସ୍ ଓ ସାର୍ଟ ପିନ୍ଧିଥିଲେ ।

ଉଲ୍ଲେଖଯୋଗ୍ୟ, କାଜଲ ଅଗ୍ରଓ୍ଵାଲ ଓ ଗୌତମ କିଚଲୁ ୩୦ ଅକ୍ଟୋବର ୨୦୨୦ ରେ ବିବାହ କରିଥିଲେ । ଗୌତମ କିଚଲୁ ପେସାରେ ଜଣେ ବ୍ୟବସାୟୀ ଓ ଉଦ୍ୟୋଗୀ । ତେବେ କାଜଲ ଅଗ୍ରଓ୍ଵାଲଙ୍କ ପେସାଦାର ଜୀବନକୁ ଦେଖିବାକୁ ଗଲେ, ତାଙ୍କୁ ଆଗକୁ ଦର୍ଶକ  ଚଳଚ୍ଚିତ୍ର ‘ହେ ସିନାମିକା’ରେ ଦେଖିବାକୁ ପାଇବେ। ଯେଉଁଥିରେ ସେ ଦଲକ୍ବେର ସଲମାନ୍ ଓ ଅଦିତି ରାଓ ହାଇଦରିଙ୍କ ସହ ନଜର ଆସିବେ। ‘ହେ ସିନାମିକା’ ଚଳଚ୍ଚିତ୍ର ଫେବ୍ରୁଆରି ୨୨, ୨୦୨୨ରେ ରିଲିଜ ହେବ ବୋଲି ଆଶା କରାଯାଉଛି ।