ମୁମ୍ବାଇ: ସେଲଫି ନେବା ବେଳେ ସାଉଥ୍ ଷ୍ଟାର କାଜଲ ଅଗ୍ରୱାଲଙ୍କ ଅଣ୍ଟା ଧରି ପକାଇଲେ ପ୍ରଶଂସକ। ଅଭିନେତ୍ରୀ କାଜଲ ଅଗ୍ରୱାଲ ତାଙ୍କ ପିତା ବିନୟଙ୍କ ସହ ହାଇଦ୍ରାବାଦରେ ଏକ ଷ୍ଟୋର୍‌ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ସମୟରେ ତାଙ୍କ ସହ ଜଣେ ଯୁବକ ଯେଉଁ ବ୍ୟବହାର କରିଥିଲେ, ତାହାର ଏକ ଭିଡିଓ ଏବେ ଭାଇରାଲ ହେଉଛି। ସେଲଫି ନେବା ବାହାନାରେ ଯୁବକଜଣକ ଅଭିନେତ୍ରୀଙ୍କ ଅଣ୍ଟାରେ ହାତ ରଖିଥିବା ଭିଡିଓରେ ଦେଖିବାକୁ ମିଳିଛି।

Advertisment

ଭିଡିଓରେ ଦେଖାଯାଇଛି ଯେ, ଷ୍ଟୋର୍‌ର ଶୁଭାରମ୍ଭ ସମୟରେ ସେଲଫି ନେବାକୁ ଜଣେ ବ୍ୟକ୍ତି ଅନୁରୋଧ କରୁଛନ୍ତି। ପ୍ରଶଂସକଙ୍କ ଅନୁରୋଧ ରକ୍ଷା କରି କାଜଲ ସେଲଫି ନେବାକୁ ଅନୁମତି ଦେଉଛନ୍ତି। ଏହା ପରେ ଯୁବକଜଣକ ସେଲଫି ନେବା ପାଇଁ ଆଗକୁ ଆସି କାଜଲଙ୍କ ଖୁବ ପାଖକୁ ଆସିଯାଉଛନ୍ତି ଏବଂ ତାଙ୍କ ଅଣ୍ଟାରେ ହାତ ରଖିଦେଉଛନ୍ତି। ଏହା ଦେଖି କାଜଲ ରାଗିଯିବା ସହ ଏ କ’ଣ କରୁଛ ବୋଲି ପଚାରୁଛନ୍ତି। ହେଲେ ପରେ ସେଠାରେ ଝଗଡ଼ା ନକରି ସେ ଶାନ୍ତ ହେବା ସହ ଅନ୍ୟ ଲୋକମାନଙ୍କ ସହ କଥା ହେବା ଆରମ୍ଭ କରୁଛନ୍ତି।